fbpx

BIG BREAKING…ଉତ୍ତରାଖଣ୍ଡରେ କୋଲକାତା ଭଳି ମାମଲା, ନର୍ସଙ୍କୁ ଦୁଷ୍କର୍ମ ପରେ ଗଳା ଚିପି ହତ୍ୟା

ରୁଦ୍ରପୁର: କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା  ପରେ ଏବେ ଉତ୍ତରାଖଣ୍ଡରେ ଜଣେ ନର୍ସଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ଅଭିଯୁକ୍ତମାନେ ଉତ୍ତରାଖଣ୍ଡର ରୁଦ୍ରପୁରର ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବା ସହ ଗଳା ଚିପି ହତ୍ୟା କରିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏପରିକି ଦୁଷ୍କର୍ମ-ହତ୍ୟା ପରେ ଅଭିଯୁକ୍ତମାନେ ନର୍ସଙ୍କ ଅଳଙ୍କାର ସବୁ ମଧ୍ୟ ଲୁଟି ନେଇଛନ୍ତି।

ଉତ୍ତରାଖଣ୍ଡର ରୁଦ୍ରପୁରରେ ଜଣେ ୩୩ ବର୍ଷୀୟ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଉଧମ ସିଂହ ନଗର ଜିଲ୍ଲାର ରୁଦ୍ରପୁରର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ସେ ତାଙ୍କ ୧୧ ବର୍ଷର ଝିଅ ସହ ବିଳାସପୁର କଲୋନୀରେ ରହୁଥିଲେ । ଜୁଲାଇ ୩୦ ତାରିଖରୁ ସେ ନିଖୋଜ ହୋଇଯାଇଥିଲେ। ଜୁଲାଇ ୩୧ତାରିଖରେ ତାଙ୍କ ଭଉଣୀ ରୁଦ୍ରପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।

ଏହାର ଏକ ସପ୍ତାହ ପରେ ଉତ୍ତରପ୍ରଦେଶର ଦିବଡିବା ଅଞ୍ଚଳର ଏକ ଖାଲି ପ୍ଲଟରୁ ତାଙ୍କ ମୃତଦେହ ମିଳିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରାଜସ୍ଥାନର ଯୋଧପୁରରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଉତ୍ତର ପ୍ରଦେଶର ବରେଲିର ଜଣେ ଶ୍ରମିକ । ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଧର୍ମେନ୍ଦ୍ର ନର୍ସଙ୍କୁ ବୁଦାକୁ ନେଇ ପ୍ରଥମେ ଦୁଷ୍କର୍ମ କରିଥିଲା । ଏହାପରେ ତାଙ୍କୁ ଗଳା ଚିପି ହତ୍ୟା କରିବା ସହ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ ।

Get real time updates directly on you device, subscribe now.