fbpx

ପୁଣି ୬୦୦୦ କର୍ମଚାରୀଙ୍କୁ ବାହାର କରିବାକୁ ଯାଉଛି ଫେମସ୍ ନେଟୱାର୍କିଂ କମ୍ପାନୀ:ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ବଡ ଝଟେଇ

ନେଟୱାର୍କିଂ ଜଏଣ୍ଟ କମ୍ପାନୀ ସିସ୍କୋ ବୁଧବାର ଏକ ବଡ ଘୋଷଣା କରିଛି । ସିସ୍କୋ ବିଶ୍ୱବ୍ୟାପୀ ସ୍ତରରେ ନିଜର ୭ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ।

ସିସ୍କୋ ବର୍ତ୍ତମାନ ଏହାର ସମ୍ପୂର୍ଣ୍ଣ ଧ୍ୟାନକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସାଇବର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଚାହୁଁଛି । ୨୦୨୪ ରେ ଏହା ସିସ୍କୋର ଦ୍ୱିତୀୟ ବଡ ଘୋଷଣା । ଏହାପୂର୍ବରୁ କମ୍ପାନୀ ଅନେକ କର୍ମଚାରୀଙ୍କ ପାଇଁ ବାହାରର ବାଟ ଦେଖାଇଛି ।

ସିସ୍କୋ କେତେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଜୁଲାଇ ୨୦୨୩ ରିପୋର୍ଟ ଅନୁଯାୟୀ, ସିସ୍କୋର ବିଶ୍ୱ ସ୍ତରରେ ସମୁଦାୟ ୮୪,୯୦୦ କର୍ମଚାରୀ ଅଛନ୍ତି । ଏଭଳି ପରିସ୍ଥିତିରେ ୭ ପ୍ରତିଶତ ହାରରେ, ସିସ୍କୋ ୬୦୦୦ ଲୋକଙ୍କୁ ଚାକିରିରୁ ବାହାର କରିପାରେ । ଏହାପୂର୍ବରୁ ଫେବୃଆରୀ ୨୦୨୪ ରେ, ସିସ୍କୋ ୪୦୦୦ କର୍ମଚାରୀଙ୍କୁ ସେମାନଙ୍କ ଚାକିରିରୁ ବରଖାସ୍ତ କରିଥିଲା । ଏହି ପରିବର୍ତ୍ତନଗୁଡିକ ସିସ୍କୋରେ ଦେଖାଯାଉଛି ଯେତେବେଳେ ସିସ୍କୋକୁ ତ୍ରୈ ମାସିକ ରାଜସ୍ୱରେ ୧୩.୫୪ ବିଲିୟନ ଡ଼ଲାରରେ ୧୦ ପ୍ରତିଶତ ହ୍ରାସ ଘଟିଛି ।

ଏଆଇରେ ନିବେଶ :-

କମ୍ପାନୀ ଏକ ବୟାନ ଜାରି କରି କହିଛି ଯେ, ସିସ୍କୋ ପ୍ରମୁଖ ଅଭିବୃଦ୍ଧି ସୁଯୋଗରେ ପୁଞ୍ଜି ନିବେଶ ଏବଂ ଏହାର ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ପୁନଃଗଠନ ଯୋଜନା ଉପରେ ବିଚାର କରୁଛି । ଛଟେଇ ପରେ ସିସ୍କୋର ସିଇଓ ଚକ୍ ରବିନ୍ସଙ୍କ ଅନୁଯାୟୀ କମ୍ପାନୀର ନେଟୱାର୍କିଂ ସିଷ୍ଟମ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କମ୍ପାନୀ ନୂଆ ଟେକ୍ନୋଲୋଜି ଆଡକୁ ଗତି କରୁଛି । ଜୁନ୍ ମାସରେ କମ୍ପାନୀ ଏଆଇ କ୍ଷେତ୍ରରେ ୧ ବିଲିଅନ୍ ଡଲାର ନିବେଶ କରିଥିଲା ।

Get real time updates directly on you device, subscribe now.