fbpx

ଅତି ଜରୁରୀ ନ ଥିଲେ ଆସନି SCB, ପରାମର୍ଶ ଦେଲେ ଅଧୀକ୍ଷକ

କଟକ: ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ମେଡିକାଲ ଆସନ୍ତୁ ନାହିଁ ବୋଲି ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଅଧୀକ୍ଷକ ଏପରି କହିଛନ୍ତି। ସେ କହିଛନ୍ତି, ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି। ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି। ତେଣୁ ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲିର ଡାକ୍ତର ଆନ୍ଦୋଳନକୁ ନେଇ ଡିଏମ୍‌ଇଟି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି। ମେଡିକାଲ କଲେଜର ଜୁନିୟର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବେ। କେତେଦିନ ସେମାନେ ଆନ୍ଦୋଳନ କରିବେ ତାହା ସ୍ପଷ୍ଟ କରିନାହାନ୍ତି।ଜରୁରିକାଳୀନ କାମ ସମସ୍ତେ କରିବେ, ସେବା ନିଶ୍ଚିତ ପ୍ରଭାବିତ ହେବ। ସିନିୟର ଡାକ୍ତର ଉଭୟ ଆଉଟଡୋର ଓ ଇନଡୋର ସେବା କରିବେ। ବର୍ତ୍ତମାନ ଇଏସ୍‌ଏମ୍‌ଏ ଲାଗୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।

ଜରୁରୀକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି । ଜୁନିୟର ଡାକ୍ତର, ରେସିଡେଣ୍ଟ ଡାକ୍ତର ଆନ୍ଦୋଳନ ଚଳାଇଥିବା ବେଳେ ଏମିବିବିଏସ୍ ଛାତ୍ରଛାତ୍ରୀ ବି ସେମାନଙ୍କୁ ସମର୍ଥନ କରିଛନ୍ତି । ଫଳରେ ଆଉଟ ଡୋର୍ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ବ୍ରହ୍ମପୁର ଏମକେସିଜିରେ ବରିଷ୍ଠ ଡାକ୍ତର ଓ ସିନିୟର ରେସିଡେଣ୍ଟ ଡାକ୍ତର ଡ୍ୟୁଟି କରୁଛନ୍ତି । ଏମର୍ଜେନ୍ସୀ ଓ କ୍ରିଟିକାଲ୍ କେୟାରରେ ଡ୍ୟୁଟି କରୁଛନ୍ତି ଜୁନିୟର ଡାକ୍ତର ।

ଅନ୍ୟପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଏହି ସମୟରେ ସମସ୍ତ ଏମର୍ଜେନସି ସେବା ଚାଲୁ ରହିବ । ବନ୍ଦ ଯୋଗୁଁ ମେଟ୍ରୋ ଚଳାଚଳ ପ୍ରଭାବିତ ହୋଇଛି । ବୁଧବାର ରାତିରେ କଲେଜରେ ଭଙ୍ଗା ରୁଜା ଘଟଣା ଏବଂ ଡାକ୍ତରଙ୍କୁ ମାଡ ମରା ଘଟଣାର ପ୍ରତିବାଦ କରି ଏହି ବନ୍ଦ ପାଳନ କରାଯାଉଛି।

Get real time updates directly on you device, subscribe now.