fbpx

୨୯ ଜଣ OAS ଅଧିକାରୀଙ୍କୁ ବଦଳି: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୨୯ ଜଣ ଓଏଏସ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି । କିଛି ତହସିଲଦାରଙ୍କ ସମେତ ମୋଟ ୨୯ ଓଏଏସ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯାଇଛି । ଏହି ଅଧିକାରୀଙ୍କ ମଧ୍ୟର ଜନ୍ମେଜହ ସାହୁ, ଅଭିଜିତ ଷଡ଼ଙ୍ଗୀ, ବିଏମସି ଡେପୁଟି କମିଶନର, ରୋଶନ ଶତପଥୀ ପ୍ରମୁଖ ଅଧିକାରୀ ରହିଛନ୍ତି । ଏନେଇ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.