fbpx

ଆଜି ଓଡିଶା ଆସିବେ ଖେଳାଳି, ଟିକେଟ୍ ପାଇଁ ଲମ୍ବା ଲାଇନ୍

କଟକ,୧୯ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ୍ ଆସନ୍ତା ୨୨ରେ ହେବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଯିବେ ସମସ୍ତ ଖେଳାଳି । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିବେ ଏହି ଦୁଇ ଟିମ୍ । ଅପରାହ୍ନ ପ୍ରାୟ ଗୋଟାଏ ୧୫ ମିନିଟରେ ପହଞ୍ଚିବେ ବୋଲି ଜଣାପଡିଛି । ସେଠାରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଭିତରେ ହୋଟେଲ ମେ’ ଫେୟାର ଯିବେ ।

ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଧାଡିରେ ଠିଆ ହୋଇ ଟିକେଟ୍ ନେଉଛନ୍ତି ଶହ ଶହ କ୍ରିକେଟ୍ ପ୍ରେମୀ । ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ୍ ବିକ୍ରି ହେବ । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ ନେଇପାରିବେ ।

Get real time updates directly on you device, subscribe now.