fbpx

ଅଲିମ୍ପିକ୍ସ ବିଜେତାଙ୍କୁ ହରିୟାଣା ସରକାରଙ୍କ ବଡ଼ ଉପହାର, ମନୁ ଭାକରଙ୍କ ଠାରୁ ନୀରଜଙ୍କ ଯାଏଁ, ଜାଣନ୍ତୁ କାହାକୁ କେତେ ମିଳିଲା ଟଙ୍କା

ନୂଆଦିଲ୍ଲୀ: ହରିୟାଣା ସରକାର ପ୍ୟାରିସ ଅଲିମ୍ପିକରେ ଭାଗ ନେଇଥିବା ରାଜ୍ୟର ସମସ୍ତ ଖେଳାଳିଙ୍କୁ ପୁରସ୍କାର ରାଶି ଦେଇଛନ୍ତି। ମେଡାଲ ଜିତିଥିବା ଖେଳାଳିମାନଙ୍କୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି, ଅନ୍ୟପକ୍ଷେ ଯେଉଁ ଖେଳାଳି ପଦକ ହାସଲ କରିବାରେ ଅସଫଳ ହୋଇଛନ୍ତି। ସେମାନଙ୍କୁ କମ ରାଶି ପ୍ରଦାନ କରାଯାଇଛି। ପୁରସ୍କାର ରାଶି ସମସ୍ତ ଖେଳାଳିଙ୍କ ଆକାଉଣ୍ଟକୁ ପଠାଯାଇଛି। ମନୁ ଭାକରଙ୍କୁ ହରିୟାଣା ସରକାର ପାଞ୍ଚ କୋଟି, ନୀରଜ ଚୋପ୍ରାଙ୍କୁ ଚାରି କୋଟି ଏବଂ କାଂସ୍ୟ ପଦକ ବିଜେତାଙ୍କୁ ଅଢେଇ କୋଟି ଟଙ୍କା ପ୍ରଦାନ କରାଯାଇଛି।

ହରିୟାଣାର ୧୭ ଜଣ ଖେଳାଳିଙ୍କୁ ମଧ୍ୟ ୧୫ ଲକ୍ଷ ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯାଇଛି। ଏହି ଖେଳାଳିଙ୍କୁ ମଧ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ କରାଯାଇଛି ଏବଂ ପଦକ ଜିତିବା ପାଇଁ ପୂରା ପ୍ରୟାସ କରାଯାଇଛି। ଏହି କାରଣରୁ ଏହି ଖେଳାଳିଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି।

ହରିୟାଣା ସରକାର ଅଲିମ୍ପିକ୍ସରେ ଭାଗ ନେଇଥିବା ରାଜ୍ୟର ସମୁଦାୟ ୨୫ ଜଣ ଖେଳାଳିଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇଛି। ଏଥିରେ ସବୁଠାରୁ ଅଧିକ ଟଙ୍କା ସୁଟିଂରେ ଦୁଇଟି ପଦକ ହାସଲ କରିଥିବା ଖଳୋଳି ମନୁ ଭାକରଙ୍କୁ ଦିଆଯାଇଛି। ହରିୟାଣା ସରକାର ମନୁ ଭାକରଙ୍କ ଖାତରେ ପାଞ୍ଚ କୋଟି ଟଙ୍କା ପଠାଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଖାତାକୁ ଚାରି କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ନୀରଜ ଗତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। କିନ୍ତୁ ଏଥର ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା।

Get real time updates directly on you device, subscribe now.