fbpx

(Video): ‘ଖାଇକେ ପାନ୍ ବନାରସ୍ ୱାଲା…’, ସ୍ୱାଧୀନତା ଦିବସ ଦିନ ଅନ୍ ଡ୍ୟୁଟି ସମୟରେ ଏହି ଗୀତରେ ଲଗାଇଲେ ଠୁମକା, ୪ ପୋଲିସ କର୍ମଚାରୀ ନିଲମ୍ବିତ

ଓଡ଼ିଶା ଭାସ୍କର: ନିକଟରେ ଦେଶବାସୀ ସହିଦ ଜବାନଙ୍କ ଦେଶ ମାତୃକା ପାଇଁ ବଳିଦାନ ଓ ତ୍ୟାଗକୁ ସ୍ମରଣ କରି ଅଗଷ୍ଟ ୧୫, ସ୍ୱାଧୀନତା ଦିବସ, ପାଳନ କରିଥିଲେ । ସାଧାରଣତଃ ପୋଲିସ କର୍ମଚାରୀ ସେମାନଙ୍କ ଖାକି ପୋଷାକକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ଏହା ବାଦ୍ ସୋମାନେ ଅନୁଶାସନ ପ୍ରିୟ ଥାନ୍ତି । ଦେଶ ଓ ଜନତାଙ୍କ ସେବା କରିବା ସେମାଙ୍କ ପ୍ରଥମ ଦାୟିତ୍ୱ ଅଟେ । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାନପୁରର ଏକ ପୋଲିସ ଷ୍ଟେସନରେ ସ୍ୱାଧୀନତା ଦିବସ ଅବସରରେ ଏହି ଥାନାରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦେଶ ଭକ୍ତି ଗୀତରେ ପ୍ରଦର୍ଶନ କରିବା ପରିବର୍ତ୍ତେ କିଛି କର୍ମଚାରୀ ଅମିତାଭ ବଚ୍ଚନଙ୍କ ‘ଖାଇକେ ପାନ୍ ବନାରସ୍ ୱାଲା’ ଗୀତରେ ଠୁମକା ଲଗାଇଥିଲେ । ଲାଉଡସ୍ପିକରର ତାଳେ ତାଳେ ଥାନା ASI ସଂଜୟ ପାଟଣକର, ହେଡ୍ କନଷ୍ଟେବଲ ଅବ୍ଦୁଲ ଗଣି, କନଷ୍ଟେବଲ ଭାଗ୍ୟଶ୍ରୀ ଗିରି ଏବଂ ନିର୍ମଳା ଗାଓଲି ଝୁମିଥିଲେ । ଫିଲ୍ମି ଗୀତରେ ନୃତ୍ୟ କରି ସମାଜ ସାମ୍ନାରେ ପୋଲିସର ଛବି ଖରାପ ହୋଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଡିସିପି ସେମାନଙ୍କୁ ୩ ମାସ ପାଇଁ ନିଲମ୍ବିତ କରିଥିବା ଜଣାପଡ଼ିଛି ।

 

Get real time updates directly on you device, subscribe now.