fbpx

ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ, ଅଚଳାବସ୍ଥା ଜାରି

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ସ୍ୱାଭାବିକ ହୋଇପାରୁନି ଗୃହକାର୍ଯ୍ୟ। ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ଲାଗି ରହିଛି। ଗୃହରେ ବିରୋଧୀ ଦଳ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଦାବି କରିଛନ୍ତି। ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି ଦେଖିବାକୁ ମିଳିଛି। ବାଚସ୍ପତିଙ୍କ ପୋଡିୟମ ଉପରକୁ ବିରୋଧୀ ବିଧାୟକ ମାଧବ ଧଡ଼ା ଚଢିଛନ୍ତି। ତେବେ ପୋଡିୟମ ଉପରକୁ ଯୋଗେଶ ସିଂ, ବିଶ୍ୱ ମଲିକ ଏବଂ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବି ଚଢିଛନ୍ତି।

ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନଥିବା ଯୋଗୁଁ ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ଚାଲିଥିଲା। ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ଲାଗିରହିଥିଲା। ବିଧାନସଭାରେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡି ପକ୍ଷରୁ ଉଦ୍ୟମ କରାଯାଇଛି। ବିରୋଧୀଙ୍କ ପୋଡିୟମ ଚଢ଼ିବାକୁ ନେଇ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

Get real time updates directly on you device, subscribe now.