fbpx

(video): କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସିବିଆଇ ପ୍ରଶ୍ନବାଣରେ ଘାଇଲା ହେଉଛି ସନ୍ଦୀପ ଘୋଷ, ଆରୋପୀ ସଞ୍ଜୟ ରାୟ ଯିବେ କୋର୍ଟ

ଓଡିଶା ଭାସ୍କର: କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସିବାରେ ଲାଗିଛି । ଏହି ମାମଲାରେ ସିବିଆଇ ଯାଞ୍ଚ ଜାରି ରହିଛି । ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ସିବିଆଇର କାଠଗଡାରେ ପେଶି ହେଉଛନ୍ତି । ଘଟଣାରେ ତାଙ୍କର ସମ୍ପୃକ୍ତିକୁ ନେଇ ସନ୍ଦିଗ୍ଧ ବଢିବାରେ ଲାଗିଛି । ଫଳରେ ସିବିଆଇର ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ସନ୍ଦୀପ ଘୋଷ । ତାଙ୍କୁ ଗତ ୭ ଦିନ ହେବ ପ୍ରଶ୍ନ ପଚାରି ସିବିଆଇ ଘାଇଲା ମଧ୍ୟ କରି ସାରିଲାଣି । ଆଜି ତାଙ୍କୁ ପୁଣି ପ୍ରଶ୍ନ ପଚାରି ଘଟଣାର ତଦନ୍ତକୁ ଆହୁରି ସୁଦୃଢ କରିବ ସିବିଆଇ ବୋଲି ଜଣା ପଡିଛି । ୮ ତମ ଦିବସରେ ଏବେ ସେ ସିବିଆଇ କାର୍ଯ୍ୟାଳୟ ପହଞ୍ଚି ସାରିଥିବା ସୂତ୍ରରୁ ପ୍ରକାଶ ପାଇଛି ।

ଗତ ୭ ଦିନ ମଧ୍ୟରେ ସନ୍ଦୀପ ଘୋଷଙ୍କୁ ସିବିଆଇ ପ୍ରାୟ ୮୮ ଘଣ୍ଟା ପ୍ରଶ୍ନ କରି ସାରିଛି । ଗତକାଲି ଦୀର୍ଘ ୧୦ ଘଣ୍ଟା ଧରି ସନ୍ଦୀପଙ୍କୁ ପ୍ରଶ୍ନ କରିଥିଲା ସିବିଆଇ । ସେପଟେ ସନ୍ଦୀପ ଘୋଷଙ୍କ ସହ ୪ ଜଣ ଡାକ୍ତରରଙ୍କ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଛି ସିବିଆଇ । ଯେଉଁମାନେ ଘଟଣା ଦିନ ପୀଡିତାଙ୍କ ସହ ଖାଦ୍ୟ ଖାଇଥିଲେ । ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇକୁ ଅନୁମତି ମଧ୍ୟ ମିଳି ସାରିଛି । ପଲିଗ୍ରାଫ ଟେଷ୍ଟ ପରେ ମାମଲାରେ ଜଡିତ ଅନେକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିବ ବୋଲି ସାଧାରଣ ଲୋକ ଆଶା ରଖିଛନ୍ତି । ସେପଟେ ଆଜି କୋଲକାତା ସିଲାହଲଦା କୋର୍ଟରେ ଦୋଷୀ ସଞ୍ଜୟ ରାୟକୁ ହାଜିର କରାଯିବ । ଆଜି ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ ସମୟରେ ଅଭିଯୁକ୍ତ ସଞ୍ଜୟ ରାୟର ପଲିଗ୍ରାଫ ଟେଷ୍ଟର ଫଇସଲା ଜଣାପଡିବ ।

 

Get real time updates directly on you device, subscribe now.