fbpx

କିଛି କାମ ନ କରି ୩.୧ କୋଟି ଦରମା ନେଇସାରିଲେଣି ଆମାଜନର ଏହି କର୍ମଚାରୀ, ନିଜେ କଲେ ଖୁଲାସା

ନୂଆଦିଲ୍ଲୀ: ସରକାରୀ ଚାକିରି ହେଉ କି ପ୍ରାଇଭେଟ ଚାକିରି ହେଉ ଆମ ସମସ୍ତଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ। ହେଲେ ଭାବନ୍ତୁ ବିନା କାମରେ କମ୍ପାନୀରେ ଅଧିକ ଦରମା ପାଇବା ଏକ ଅଶ୍ଚର୍ଯ୍ୟଜନକ କଥା। ଏହା ବିଶ୍ୱାସ ହେଉନଥିଲେ ହେଁ ସତ ବୋଲି ନିଜେ ମାନିଛନ୍ତି ଆମାଜନର ଜଣେ କର୍ମଚାରୀ। ତାଙ୍କ କହିବାନୁଯାୟୀ, ସେ ଗୋଟିଏ ବର୍ଷ କିଛି କାମ କରିନାହାନ୍ତି, ଏହା ସତ୍ତ୍ୱେ ବି ମଗାତାର ଦରମା ଦେଉଛି କମ୍ପାନୀ।

ଆମାଜନର ଏହି ବରିଷ୍ଠ କର୍ମଚାରୀ ନିଜ କାହାଣୀ ବ୍ଲାଇଣ୍ଡ ଆପରେ ସେୟାର କରିଛନ୍ତି। ଏହି ଆପରେ କର୍ମଚାରୀ ନିଜ ପରିଚୟ ନଦେଇ କହିଛନ୍ତି ଯେ, ମୁଁ ପାଖାପାଖି ୧.୫ ବର୍ଷରୁ ଆମାଜନରେ କାମ କରୁଛି। ମୋତେ ଗୁଗୁଲରୁ ଛଟେଇ ଦ୍ୱାରା ବାହାର କରାଯାଇଥିଲା। ଏହାପରେ ମୋତେ ଆମାଜନରେ ଚାକିରି ମିଳିଥିଲା। ଏଠାରେ ମୁଁ ଦୈନନ୍ଦିନ ଟାଇମ ପାସ୍ କରିଛି। ଏପର୍ଯ୍ୟନ୍ତ ମୁଁ କୌଣସି ବି ଅର୍ଥପୂର୍ଣ୍ଣ କାମ କରିନାହିଁ।

ସେ ଆହୁରି କହିଛନ୍ତି ଯେ, ମୁଁ ଏପର୍ଯ୍ୟନ୍ତ କିଛି କାମ ନ କରି ଆମାଜନରେ ଚାକିରି କରୁଛି। ମୁଁ ପ୍ରତି ସପ୍ତାହରେ ୮ ଘଣ୍ଟା ନିଜ ଡ୍ୟୁଟି କରୁଛି। ଏଥିରୁ ଅଧିକ ସମୟ ମିଟିଂରେ ବିତିଥାଏ। ମୁଁ କିଛି ବି ବଢାଇକି କହୁନି, ଏହି ସମୟରେ ମୁଁ ମାତ୍ର ୭ଟି ସମସ୍ୟା ସମାଧାନ କରିଛି। ଗୋଟିଏ ଡାସବୋର୍ଡ ମୁଁ କାମ୍ପାନୀକୁ ତିଆରି କରି ଦେଇଛି, ଯାହା ଚାଟଜିପିଟିର ସାହାଯ୍ୟରେ ମାତ୍ର ୩ ଦିନରେ ପ୍ରସ୍ତୁତ କରିଛି। ମୁଁ ନିଜ କମ୍ପାନୀକୁ କହିଛି ଯେ, ଏହାକୁ ତିଆରି କରିବା ପାଇଁ ୩ ମାସ ସମୟ ଲାଗିଛି।

ଏହି ଆମାଜନ କର୍ମଚାରୀ କହିଛନ୍ତି, ‘୩୭୦ ଟିସି (୩୧,୦୦୯,୩୩୦ ଟଙ୍କା) ଦରମା ନେଇସାରିଛି। ମୋ ପାଖରେ ଆଗକୁ ବି କୌଣସି କାମ ନାହିଁ। ଜଣାନାହିଁ ଏହି ଚାକିରି କେତେ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ପୋଷ୍ଟରେ ହାରାହାରି ୩୦ ହଜାର ଭ୍ୟୁଜ ଏବଂ ସତାଧିକ କମେଣ୍ଟ ଆସିଛି।

Get real time updates directly on you device, subscribe now.