fbpx

ଆଜି ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ

ଭୁବନେଶ୍ୱର: ଆଜି ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ କରିବେ ଉଦଘାଟନ। ଶଙ୍ଖ ଭବନରେ ପ୍ରଶିକ୍ଷଣ ନେବେ ବିଜେଡ଼ି ବିଧାୟକ ।

ନବ-ନିର୍ବାଚିତ ୧୮ ବିଜେଡି ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମାନେ ବି ତାଲିମ୍ ନେବେ।।ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ।।

ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବିଜେପିର ଦଳୀୟ ପ୍ରଶିକ୍ଷଣ ଶିବିର ଦର୍ଶାଇ ବୟକଟ୍ କରିଥିଲା ବିଜେଡି। ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇନଥିଲା।

Get real time updates directly on you device, subscribe now.