fbpx

କୃଷ୍ଣ ପୂଜା ସମୟରେ କଦାପି କରନ୍ତୁ ନାହିଁ ଏହି ଭୁଲ୍, ନଚେତ୍ ହୋଇଯିବ ଅନର୍ଥ

ପୁରାଣ କଥାଅନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଏହି ଦିନ ଧରାଅବତରଣ କରିଥିଲେ । କୃଷ୍ଣ ଜନ୍ମାଷ୍ଟମୀ ଦିନ ବହୁତ ଶୁଭ ହେବା ସହ ବିଶ୍ୱାସ କରାଯାଏ ଯେ ଏହି ଦିନ ଭକ୍ତଙ୍କର ସମସ୍ତ ମନକାମନା ପୂରଣ ହୋଇଥାଏ । କିନ୍ତୁ ଏହି ଦିନରେ କିଛି ବିଶେଷ ଜିନିଷର ଯତ୍ନ ନେବା ଜରୁରୀ । ଆସନ୍ତୁ ଜାଣିବା କୃଷ୍ଣ ପୂଜା ସମୟରେ କେଉଁ କାମ କରିବା ଅଶୁଭ ବୋଲି ବିବେଚନା କରାଯାଏ..

-ଜନ୍ମାଷ୍ଟମୀ ଦିନରେ ଭୁଲରେ ତୁଳସୀ ପତ୍ର ଛିଡାନ୍ତୁ ନାହିଁ । ଭଗବାନ ବିଷ୍ଣୁଙ୍କୁ ଶ୍ରୀକୃଷ୍ଣଙ୍କ ଅବତାର ଭାବେ ମନାଯାଏ । ବିଶ୍ୱସ ରହିଛି ଯେ, ତୁଳସୀ ଭଗବାନ ବିଷ୍ଣୁଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ତେଣୁ ଏହି ଦିନରେ ତୁଳସୀ ପତ୍ର ଛିଡାଇବା ଶୁଭ ହୋଇନଥାଏ ।

-ଯେଉଁମାନେ ଜନ୍ମାଷ୍ଟମୀର ବ୍ରତ କରୁନାହାନ୍ତି, ସେମାନଙ୍କୁ ମଧ୍ୟ ଭାତ ଖାଇବା ଉଚିତ୍ ନୁହେଁ । ଏକାଦଶୀ ଓ ଜନ୍ମାଷ୍ଟମୀ ଦିନରେ ଚାଉଳରେ ତିଆରି ଖାଦ୍ୟ ଖାଇବା ନିଷେଧ ହୋଇଥାଏ ।

-ଏହି ଦିନ ରସୁଣ, ପିଆଜ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହି ଦିନ ଘରକୁ ମାଂସ ଓ ମଦ ଆଣିବା ମଧ୍ୟ ଉଚିତ୍ ନୁହେଁ ।

– ଏହି ଦିନରେ କାହାକୁ ଅସମ୍ମାନ କରନ୍ତୁ ନାହିଁ । ଭଗବାନ କୃଷ୍ଣଙ୍କ ପାଇଁ ସମସ୍ତ ଧନୀ ବା ଗରୀବ, ସମସ୍ତେ ସମାନ । କୌଣସି ଗରୀବଙ୍କୁ ଅସମ୍ମାନ କରିବା ଦ୍ୱାରା ଶ୍ରୀକୃଷ୍ଣ ଅସନ୍ତୁଷ୍ଟ ହୋଇଥାନ୍ତି ।

– ଜନ୍ମାଷ୍ଟମୀରେ ଗଛ କାଟିବା ଅଶୁଭ ବୋଲି କୁହାଯାଏ । ଏହି ଦିନ ଗୋମାତାଙ୍କୁ ଅପମାନ କରିବା ଉଚିତ୍ ନୁହେଁ । ଗୋମାତାଙ୍କୁ ପୂଜା କଲେ ଶ୍ରୀକୃଷ୍ଣ ଆର୍ଶୀବାଦ ଦେଇଥାନ୍ତି ।

Get real time updates directly on you device, subscribe now.