fbpx

ଆସିଲା ‘ସୁଭଦ୍ରା’ ଗାଇଡ୍‌ଲାଇନ୍; ମାର୍ଗଦର୍ଶିକା ଜାରି କଲା ମହିଳା ଓ ଶିଶୁ ବିକାଶ ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା ‘ସୁଭଦ୍ରା’ ଗାଇଡ୍‌ଲାଇନ୍ । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆବେଦନ କରିପାରିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ । ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଊର୍ଦ୍ଧ୍ୱ ୬୦ରୁ କମ୍ । ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ ହୋଇନଥିବ । ଆବେଦନକାରୀଙ୍କ ଜନ୍ମ ୦୧.୦୭.୨୦୦୩ ପରେ ହୋଇନଥିବ । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ଏହି ଯୋଜନାର ଲାଭ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ୨୧ରୁ ୬୦ ବର୍ଷର ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଅର୍ଥାତ୍ ଯେଉଁ ମହିଳାଙ୍କ ବୟସ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍, ସେମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ । ତେବେ ଏହି ଯୋଜନା ପାଇଁ ମହିଳାମାନେ ଆବେଦନ କେଉଁଠି କରିବେ ?

  • ଏମାନେ ପାଇବେନି ସୁଭଦ୍ରା ସହାୟତା

-୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ।
-ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି ।
-ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି ।
-ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା ।
-ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି ।

ଏହି ଯୋଜନାରେ ସାମିଲ ଥିବା ମହିଳାମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ପ୍ରତିବର୍ଷ ୨ଟି କିସ୍ତିରେ (ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସ)ରେ ସେମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ତେବେ ମହିଳାମାନଙ୍କୁ ‘ସୁଭଦ୍ରା DBT କାର୍ଡ’ ମଧ୍ୟ ପ୍ରଦାନ କରିବେ ସରକାର । ଏହି ଯୋଜନାରେ ମହିଳାମାନେ ବାର୍ଷିକ ୧୦ ହଜାର ଟଙ୍କାର ରାଶି ପାଇପାରିବେ । ବର୍ଷକୁ ୨ଟି କିସ୍ତିରେ ମହିଳାମାନେ ଏହି ଟଙ୍କା ପାଇପାରିବେ । ୫ ବର୍ଷରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସରକାର ଏହି ଯୋଜନାରେ ପ୍ରଦାନ କରିବେ ।

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମହିଳାମାନଙ୍କୁ ନିକଟସ୍ଥ ମୋ ସେବା କେନ୍ଦ୍ର ବା ଜନ ସେବା କେନ୍ଦ୍ରକୁ ଯିବାକୁ ପଡ଼ିବ । ଏଠାରେ ମାଗଣାରେ ଉପଲବ୍ଧ ଥିବା ଫର୍ମ ପୂରଣ କରି ସୁଭଦ୍ରା ଯୋଜନାରେ ନିଜକୁ ସାମିଲ କରିପାରିବେ । ତେବେ ଏହି ଯୋଜନା ପାଇଁ ଏକ କଲ୍ ସେଣ୍ଟର ବ୍ୟବସ୍ଥା ମଧ୍ୟ ହେବ । ଏହାର କାର୍ଯ୍ୟକାରିତା ଏବଂ ତଦାରଖ କରିବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ଏକ “ସୁଭଦ୍ରା” ସମିତି ଗଠନ କରାଯିବ । “ସୁଭଦ୍ରା” ଯୋଜନା ପାଇଁ ଆଜି ଗାଇଡ୍‌ଲାଇନ୍ ଆସିଛି ।

Get real time updates directly on you device, subscribe now.