fbpx

ବ୍ୟାଙ୍କରେ ନିଯୁକ୍ତି ସୁଯୋଗ :ଆଶାୟୀ ପ୍ରାର୍ଥୀ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ କରିପାରିବେ ଆବେଦନ, ଜାଣନ୍ତୁ ଆବେଦନ ଶୁଳ୍କ କେତେ 

ନୂଆଦିଲ୍ଲୀ : ଆଇଡିବିଆଇ ବ୍ୟାଙ୍କରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ ତୁରନ୍ତ ଆବେଦନ କରନ୍ତୁ । ଆଇଡିବିଆଇ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୫୦ରୁ ଅଧିକ ପଦବୀ ଖାଲି ପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟ idbibank.inକୁ ଯାଇ ଚେକ୍‌ କରିପାରିବେ ।

ପଦବୀ ବିବରଣୀ : ୫୬

ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (ଗ୍ରେଡ଼ ସି): ୨୫

ମ୍ୟାନେଜର (ଗ୍ରେଡ଼ ବି) : ୩୧

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧ ସେପ୍ଟେମ୍ବରରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ପୋଷ୍ଟ ଗ୍ରାଜୁଏସନ କରିଥିବା ଜରୁରୀ । ମ୍ୟାନେଜର ଗେ୍ରଡ ବି ପାଇଁ ପ୍ରାର୍ଥୀ ଗ୍ରାଜୁଏସନ କରିଥିବା ଜରୁରୀ । ପ୍ରାର୍ଥୀଙ୍କ ପାଖରେ ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୮ ବର୍ଷରୁ ୪୦ ବର୍ଷ ପର୍ଯ୍ୟନ୍ତ ହେବା ଜରୁରୀ । ମ୍ୟାନେଜର ପଦ ପାଇଁ ୨୫ ବର୍ଷ ରୁ ୩୫ ବର୍ଷ ମଧ୍ୟରେ ଆବେଦନ କରିବା ଜରୁରୀ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୧ ହଜାର ଟଙ୍କା ଶୁଳ୍କ ଦେବାକୁ ପଡିବ । ସେହିପରି ସଂରକ୍ଷିତ ପ୍ରାର୍ଥୀଙ୍କୁ ୨୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।

Get real time updates directly on you device, subscribe now.