fbpx

ପାକିସ୍ତାନ ଆଗରେ ଦ୍ୱିତୀୟ ଟେଷ୍ଟ ଜିତିବା ପାଇଁ ବାଂଲାଦେଶକୁ ଦରକାର ୧୪୩ ରନ୍

ନୂଆଦିଲ୍ଲୀ: ରାୱଲପିଣ୍ଡିରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ଜିତିବା ପାଇଁ ୧୪୩ ରନ୍ କରିବାକୁ ପଡ଼ିବ । ମ୍ୟାଚ୍ ର ଚତୁର୍ଥ ଦିନରେ ବାଂଲାଦେଶ ଦଳ ୪୨ ରନ୍ କରିବା ସହ ସମସ୍ତ ୧୦ ୱିକେଟ୍ ହାତରେ ରହିଛି । ଜାକିର ହାସନ ୩୧ ଓ ସାଦମାନ ଇସଲାମ ୯ ରନ୍ କରି କ୍ରିଜ୍ ରେ ଥିଲେ ।

ଚତୁର୍ଥ ଦିନ ବିଷୟରେ କହିବାକୁ ଗଲେ ପାକିସ୍ତାନ ଦଳ ଦ୍ୱିତୀୟ ଇନିଂସରେ ୧୭୨ ରନ୍ ରେ ଅଲଆଉଟ୍ ହୋଇଥିବା ବେଳେ ସଲମାନ ଆଗା ସର୍ବାଧିକ ଅଉଟ୍ ନ ହୋଇ ୪୭ ରନ୍ ଏବଂ ମହମ୍ମଦ ରିଜୱାନ୍ ୪୩ ରନ୍ କରିଛନ୍ତି ।

ବାଂଲାଦେଶ ପକ୍ଷରୁ ହାସନ ମହମ୍ମଦ ୫ଟି ଓ ନାହିଦ ରାଣା ୪ଟି ଓ ତାସ୍କିନ୍ ଅହମ୍ମଦ ଗୋଟିଏ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସରେ ୧୨ ରନର ଅଗ୍ରଣୀ ଆଧାରରେ ପାକିସ୍ତାନ ବାଂଲାଦେଶ ଆଗରେ ୧୮୫ ରନର ଟାର୍ଗେଟ ରଖିଛି । ପ୍ରଥମ ଟେଷ୍ଟମ୍ୟାଚରେ ବାଂଲାଦେଶ ପାକିସ୍ତାନକୁ ୧୦ ୱିକେଟରେ ପରାସ୍ତ କରିଛି ।

Get real time updates directly on you device, subscribe now.