ନୂଆଦିଲ୍ଲୀ,୨୭ ।୬: ସାରା ଦେଶରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଔଷଧ ବା ଟୀକା ବାହାରି ପାରିଲା ନାହିଁ । ଏହାରି ମଧ୍ୟରେ ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ ବ୍ୟବହାର କରିବାକୁ ଅନୁମତି ମିଳିଯାଇଛି । ଗମ୍ଭୀର ଓ ମଧ୍ୟମ ଧରଣର ଆକ୍ରାନ୍ତଙ୍କ ଚିକତ୍ସା ପାଇଁ ଏହି ଅନୁମତି ଦିଆଯାଇଛି ।
ତେବେ ଡେକ୍ସାମେଥାସନ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦିଆଯାଇଛି । ଅକ୍ସଜେନ ସପୋର୍ଟରେ ଥିବା ରୋଗୀଙ୍କ ପାଇଁ ଏହା ବ୍ୟବହାର ହେବ । ଏହା ଯନ୍ତ୍ରଣା କମାଇବା ପାଇଁ ଚିକିତ୍ସାରେ ବ୍ୟବହାର କରାଯାଇଥାଏ ।