fbpx

ମୁଣ୍ଡଳୀରେ ମହାନଦୀରେ ପହଁଚିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କଟକ,୨୮/୬(ଓଡିଶା ଭାସ୍କର): କଟକ ମୁଣ୍ଡଳୀରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ମୁଣ୍ଡଳୀର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଥିବାବେଳେ ତଳମୁଣ୍ଡରେ ୭୭.୩୦ ଫୁଟ୍ ରହିଛି। ହୀରାକୁଦର ୧୫ ଗେଟ୍ ଖୋଲାଯିବା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିଛି।

ଉଲ୍ଲେଖ ଯୋଗ୍ୟ ଯେ ଗତ ଦୁଇଦିନ ତଳେ ହୀରକୁଦ ଡ୍ୟାମ ର ଗେଟ ଖୋଲା ଯାଇଥିଲା। ପ୍ରଥମ ଦିନ ଗୋଟେ ଗେଟ ଖୋଲାଯିବ ପରେ ୧୦ଟି ଗେଟ ଖୋଲା ଯାଇଥିଲା।

Get real time updates directly on you device, subscribe now.