fbpx

ଭଷାଣି ବେଳେ ଅଘଟଣ; ବଡ଼ ଭାଇର ମୃତ୍ୟୁ, ସାନ ଭାଇ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ ଭସାଣି ବେଳେ ଅଘଟଣ । ଏହି ଦୁର୍ଘଟଣାରେ ବଡ଼ ଭାଇର ମୃତ୍ୟୁ ହୋଇଯାଇଥିବା ବେଳେ ସାନଭାଇର ଅବସ୍ଥା ଗୁରୁତର ଅଛି । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖନ୍ତାପଡ଼ା ଓ ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏନେଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନାରୁ ପ୍ରକାଶ ଆଜି କୁଳିଗାଁରେ ଶ୍ରୀ ଗଣେଶଙ୍କର ବିସର୍ଜନ ପାଇଁ ଗାଁ ପିଲାମାନେ ଗ୍ରାମ ପୋଖରୀକୁ ନେଇଥିଲେ । ସେଠାରେ ଭସାଣି ବେଳେ ପାଣିକୁ ଯାଇଥିବା ବେଳେ ଦୁଇ ଭାଇ ଅସାବଧାନତା ହେତୁ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ପୋଖରୀରୁ ଉଦ୍ଧାର କରି ପ୍ରଥମେ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲ । କିନ୍ତୁ ସେଠାରେ ଡାକ୍ତର ବଡ଼ଭାଇକୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ପ୍ରତ୍ୟୁଷ ରଞ୍ଜନ ରାଉତ ଓ ଗୁରୁତର ଥିବା ସାନଭାଇ ତାଙ୍କର ଦାଦା ଗଜେନ୍ଦ୍ର ରାଉତଙ୍କ ପୁଅ ସତ୍ୟଜିତ ରାଉତ ବୋଲି ଜଣାପଡ଼ିଛି । ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ।

Get real time updates directly on you device, subscribe now.