fbpx

ଲକ୍ଷ୍ନୌ କୋଠା ଭୁଶୁଡା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: କୋଠା ଭୁୁଶୁଡିବା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣା ଶନିବାର ସଂଧ୍ୟାରେ ଉତ୍ତର ପ୍ରଦେଶ ରାଜଧାନୀ ସ୍ଥିତ ଟ୍ରାନ୍ସପୋର୍ଟ ନଗରରେ ଘଟିଥିଲା । ଏହା ଏକ ତିନି ତାଲା କୋଠା ଥିଲା । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ କିଷନ ନଗରର ୩ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି କୋଠା ଏକ ମୋଡିକାଲର ୱେର ହାଉସ ଥିଲା ।

ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୋଦି ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି କି, ଲକ୍ଷ୍ନୌ କୋଠା ଭୁଶୁଡିବାରୁ ହୋଇଥିବା ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ମୃତକଙ୍କ ପରିବାର ପ୍ରତି ସମବେଦନ ରହିଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ମୋଦିା ଏଥିସହ ମୋଦି କହିଛନ୍ତି କି, ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖା ଓ ଆହତଙ୍କୁ ୫୦ ହଜାର ଲେଖା ଅନୁକମ୍ପା ରାଶି ପିଏମଏନପିଏଫରୁ ଦିଆଯିବ ।

ଏହି ଦୁର୍ଘଟଣାକୁ ନେଇ ଲକ୍ଷ୍ନୌ ପୋଲିସ ଜଏଣ୍ଟ କମିଶନର କହିଛନ୍ତି କି, କୋଠା ଭୁଶୁଡା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବା । ଦୁର୍ଘଟଣା ପରେ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେବା ସହ ଆହତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.