fbpx

ବଢୁଛି ଜଳସ୍ତର; ହୀରାକୁଦ ଡ୍ୟାମର ଖୋଲାଗଲା ୧୬ଟି ଗେଟ୍‌

ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସମୁଦାୟ ୧୬ଟି ଗେଟ ଦେଇ ନିଷ୍କାସନ କରୁଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଇନଫ୍ଲୋ ବଢିବା ମଧ୍ୟରେ ଆଜି ପର୍ଯ୍ୟାୟ କ୍ରମେ ୧୬ଟି ଗେଟ୍ ଖୋଲିଛନ୍ତି ହୀରାକୁଦ ବନ୍ଧ କତ୍ତୃପକ୍ଷ। ଗତକାଲି ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲାଯିବା ପରେ ସମୁଦାୟ ୧୬ଟି ଗେଟ୍ ଦେଇ ନିଷ୍କାସିତ କରୁଛି ବନ୍ୟାଜଳ।

ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ବଢିବାରେ ଲାଗି ଜଳସ୍ତର। ଆଜି ଜଳସ୍ତର ବୃଦ୍ଧି ପାଇ ୬୨୮.୨୯ଫୁଟରେ ପହଞ୍ଚଥିବା ବେଳେ, ଇନଫ୍ଲୋ ମଧ୍ୟ ବୃଦ୍ଧି ପାଇ ୩ ଲକ୍ଷ ୪୧୧ ହଜାର ୪୧ କ୍ୟୁସେକରେ ପହଞ୍ଚଛି। ୧୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୨ ହଜାର ୮ଶହ ୯୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

Get real time updates directly on you device, subscribe now.