fbpx

ମା’ ମାଣିକେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ଓଡ଼ିଶା ଭାସ୍କର: ଆଜି କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମା’ ମାଣିକେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଥାଏ । ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ରୁ ଅପରାହ୍ନ ୧୨ଟା ୩୬ ମଧ୍ୟାରେ ନବାନ୍ନ ସେବନ କରିବାର ଲଗ୍ନ ଧାର୍ଯ୍ୟ ହୋଇଛି । ସମସ୍ତ ଅଞ୍ଚଳବାସୀ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ଭୋଗ ଲଗାଇ ନୂଆଁ ଖାଇବେ ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ଅନୁଷ୍ଠିତ ହେଉଛି । ଏହି ପର୍ବ କୃଷି ସହ ଜଡ଼ିତ ଥିବାରୁ ଚାଷୀମାନେ ମଧ୍ୟ ବେଶ ଉତ୍ସାହିତ । ସୂଚନାଯୋଗ୍ୟ, କଳାହାଣ୍ଡି ଜିଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଆଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ ପଞ୍ଚମୀ ତିଥିରେ ପର୍ବ ପାଳନ ହେଇସାରିଛି ।

Get real time updates directly on you device, subscribe now.