fbpx

ଆଜି ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ

ନୂଆଦିଲ୍ଲୀ: ଆଜି ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ୯୦ଟି ଆସନ ପାଇଁ ଆଜି ମୋଟ୍ ୨୪ଟି ଆସନ ଯଥା ଜାମ୍ମୁର ୮ଟି ଏବଂ କାଶ୍ମୀରର ୧୬ଟି ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଶାନ୍ତି- ଶୃଙ୍ଖଳାପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପୋଲିଂ ବୁଥ୍ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଜାମ୍ମୁ କାଶ୍ମୀରରେ ୨୪ଟି ଆସନରେ ମତଦାନ ପାଇଁ ୩, ୨୭୬ ପୋଲିଂ ବୁଥ୍ ନିର୍ମାଣ କରାଯାଇଛି । ସମସ୍ତ ଆସନ ପାଇଁ ୯୦ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୨୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୩ ଲକ୍ଷରୁ ଅଧିକ ଭୋଟର ନିଜ ଭୋଟ୍ ସାବ୍ୟସ୍ତ କରିବେ । ଜାମ୍ମୁ କାଶ୍ମୀରରେ ୨୪ଟି ଆସନରେ ମତଦାନ ପାଇଁ ୩, ୨୭୬ ପୋଲିଂ ବୁଥ୍ ନିର୍ମାଣ କରାଯାଇଛି । ସମସ୍ତ ଆସନ ପାଇଁ ୯୦ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୨୧୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୩ ଲକ୍ଷରୁ ଅଧିକ ଭୋଟର ନିଜ ଭୋଟ୍ ସାବ୍ୟସ୍ତ କରିବେ । ଜାମ୍ମୁ କାଶ୍ମୀରର ପମ୍ପୋରା, ତ୍ରାଲ୍‌, ପୁଲୱାମା, ରାଜପୋରା, ଜେନାପୋରା, ଶୋପିଆଁ, ଡିଏଚ୍ ପୋରା, କୁଲଗାମ, ଦେବସର, ଦୂରୁ, କୋକେରନାଗ(ଏସଟି), ଅନନ୍ତନାଗ ପଶ୍ଚିମ, ଅନନ୍ତନାଗ, ଶ୍ରୀଗୁଫୱାରା- ବିଜବେହରା, ଶାଙ୍ଗସ୍‌-ଅନନ୍ତନାଗ ପୂର୍ବ, ପହଲଗାମ, ଇନ୍ଦ୍ରୱାଲ, କିସ୍ତୱାଡ଼, ପେଡର- ନାଗସେନୀ, ଭଦ୍ରୱାହ, ଡୋଡା ପଶ୍ଚିମ, ରାମବନ ଏବଂ ବନିହାଲରେ ଆଜି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେଉଛି ।

Get real time updates directly on you device, subscribe now.