fbpx

IND vs BAN: ମୁକାବିଲା ପାଇଁ ପ୍ରସ୍ତୁତ ଭାରତ- ବାଂଲାଦେଶ, ଜାଣନ୍ତୁ ପିଚ୍ ରିପୋର୍ଟ, ଲାଇଭ୍ ଷ୍ଟ୍ରିମ୍ ଏବଂ ପ୍ଲେଇଂ ୧୧

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୯ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚେନ୍ନାଇ ସ୍ଥିତ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଦୁଇ ଦଳ ପକ୍ଷରୁ ସପ୍ତାହ ବ୍ୟାପି ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଚେନ୍ନାଇ ସ୍ଥିତ ଏମ.ଏ ଚିଦାମ୍ବରମ ଷ୍ଟାଡୟମରେ ମୋଟ୍ ୯ଟି ପିଚ୍ ରହିଛି । ଏଥିମଧ୍ୟରୁ ୩ଟି ପିଚ୍ ମୁମ୍ବାଇରୁ ଅଣାଯାଇଛି ଯାହା ନାଲି ମାଟିରେ ପ୍ରସ୍ତୁତ ହୋଇଛି । ଭାତର- ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ନାଲି ମାଟିରେ ଖେଳାଯିବ । ଦୃତ ବୋଲରଙ୍କ ପାଇଁ ନାଲି ମାଟିର ପିଚ୍ ବହୁତ ସହାୟକ ହୋଇଥାଏ କାରଣ ଏହି ପିଚରେ ବଲକୁ ଭଲ ସ୍ୱିଙ୍ଗ୍ ଏବଂ ବାଉନ୍ସ ମିଳିଥାଏ । ଏଥିମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ରହିଛି କି ପ୍ରଥମ ଟେଷ୍ଟ ମ୍ୟାଚ୍ ଦିନ ବର୍ଷା ହେବାର ୪୦% ସମ୍ଭାବନା ରହିଛି ।

କିପରି ଦେଖିପାରିବେ ଲାଇଭ୍ ଷ୍ଟ୍ରିମିଂ ?

ଆପଣଙ୍କୁ ଭାରତ- ବାଂଲାଦେଶ ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚର ଟିକେଟ୍ ମିଳିନାହିଁ ଯଦି ଚିନ୍ତା କରନ୍ତୁ ନାହିଁ । ଆପଣ ସହଜରେ ଘରେ ବସି ଟିଭି କିମ୍ବା ମୋବାଇଲରେ ଏହାର ମଜା ନେଇପାରିବେ । ଟିଭିରେ ଏହି ମ୍ୟାଚ୍ Viacom 18 ନେଟୱାର୍କ ସହ ସ୍ପୋର୍ଟ୍ସ ୧୮ର ଚ୍ୟାନେଲ ୧ ଏବଂ ୨ରେ ଦେଖିପାରିବେ । ନିଜ ସ୍ମାର୍ଟଫୋନରେ ଜିଓ ସିନେମାରେ ଏହି ଟେଷ୍ଟ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ।

ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ବାଂଲାଦେଶର ପ୍ଲେଇଂ ୧୧: ଶାଦମାନ୍ ଇସଲାମ, ଜାକିର ହସନ, ନଜମୁଲ ହୁସୈନ୍ ଶନ୍ତୋ(ଅଧିନାୟକ), ମୋମିନୁଲ ହକ୍, ଶାକିବ୍ ଅଲ୍ ହସନ୍, ମୁଶଫିକୁର ରହୀମ, ଲିଟନ୍ ଦାସ, ମେହନ୍ଦି ହସନ୍ ମେରାଜ୍, ତୈଜୁଲ ଇସ୍ଲାମ, ରାହିଦ ରାଣା ଏବଂ ହସନ ମହମୁଦ/ ତସକୀନ୍ ଅହମଦ ।

ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଭାରତର ପ୍ଲେଇଂ ୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସୱାଲ, ଶୁଭମନ୍ ଗିଲ୍, ବିରାଟ କୋହଲୀ, କେ. ଏଲ ରାହୁଲ, ଋଷଭ ପନ୍ତ(ୱିକେଟ୍ ରକ୍ଷକ), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, କୂଲଦୀପ ଯାଦବ, ମହମ୍ମଦ ସିରାଜ୍ ଏବଂ ଜସପ୍ରୀତ ବୁମରାହ ।

 

Get real time updates directly on you device, subscribe now.