fbpx

‘ପ୍ରାଇଭେଟ ରିସୋର୍ଟକୁ ନେଇ ମୋ ସହ ଦୁଷ୍କର୍ମ କଲେ..’, ବିଜେପି ବିଧାୟକ ମୁନିରତ୍ନାଙ୍କ ବିରୋଧରେ ଦୁଷ୍କର୍ମର ନୂଆ ମାମଲା ରୁଜୁ

ନୂଆଦିଲ୍ଲୀ: କର୍ଣ୍ଣାଟକର ଆରଆର ନଗରରେ ବିଜେପି ବିଧାୟକ ମୁନିରତ୍ନାଙ୍କ ସମସ୍ୟା ଥମିବାର ନାମ ନେଉନି। ବର୍ତ୍ତମାନ ଜଣେ ମହିଳା ତାଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗ ଅଣିଛନ୍ତି। ଏହି ମାମଲାରେ ସେ ରାମନଗର ଜିଲ୍ଲାର କାଗଲୀପୁର ଥାନାରେ ଅଭିଯୋଗ କରିଛନ୍ତି। ପୀଡିତା ଡିଏସପି ଦିନକର ସେଟ୍ଟୀଙ୍କ ଉପସ୍ଥିତିରେ ୨ ଘଣ୍ଟାରୁ ଅଧିକ ସମୟ ବୟାନ ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ତାଙ୍କ ସହ ଏକ ପ୍ରାଇଭେଟ ରିସୋର୍ଟରେ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ବିଧାୟକ ମୁନିରତ୍ନଙ୍କ ସମେତ ୭ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି। ବିଜେପି ବିଧାୟକ ମୁନିରତ୍ନ ଜଣେ କଣ୍ଟ୍ରାକ୍ଟରଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଏବଂ ଜାତିଗତ ଗାଳି ଦେବାର ମାମଲାରେ ପରପ୍ପାର ଅଗ୍ରହାରା ଜେଲରେ ବନ୍ଦୀ ଅଛନ୍ତି।

କଣ୍ଟ୍ରାକ୍ଟର ଚାଲୁବରାଜୁଙ୍କ ଦ୍ୱାରା ଦାଖଲ ହୋଇଥିବା ଠକେଇ ମାମଲାରେ ବିଜେପି ବିଧାୟକ ମୁନିରତ୍ନଙ୍କୁ ଗତକାଲି ବେଙ୍ଗାଲୁରୁରେ ଜନପ୍ରତିନିଧିଙ୍କ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଥିଲେ। ଜାତିଗତ ଦୁଃବ୍ୟବହାର ମାମଲାରେ ବିଜେପି ବିଧାୟକ ମୁନିରତ୍ନଙ୍କ ପକ୍ଷରୁ ଦାଖଲ ଜାମିନ ପିଟିସନର ଉପରେ ଆଜି ଶୁଣାଣି ହେବ। ଜାମିନ ନ ମିଳିବାରେ ମୁନିରତ୍ନଙ୍କୁ ପରପ୍ପାର ଅଗ୍ରହାରା ଜେଲକୁ ପଠାଯାଇଛି।

Get real time updates directly on you device, subscribe now.