fbpx

ଇଂଜିନିୟରରୁ Swiggy ଡେଲିଭେରି ପାର୍ଟନର…ଚ୍ୟାଲେଞ୍ଜିଂ ଥିଲା କାମ ତଥାପି ମାନିଲେନି ହାର୍‌, ନୂଆ ଚାକିରି ମିଳିବା ପରେ Swiggy ପାଇଁ ଲେଖିଲେ ପ୍ରେରଣାଦାୟୀ ପୋଷ୍ଟ

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ବଡ଼ ଚାକିରି କରିବାରର ସ୍ୱପ୍ନ ଦେଖିଥାନ୍ତି । ଅଧିକ ଟଙ୍କା ରୋଜଗାର କରିଲେ ସେମାନଙ୍କ ଜୀବନ ଆରାମରେ କଟିବ ବୋଲି ବିଶ୍ୱାସ ଥାଏ । ଅଧିକ ଅର୍ଥ ରୋଜଗାର କରିବାକୁ ନେଇ କେବେ ଗର୍ବ ଓ ଅହଂକାର କରିବା ଉଚିତ ନୁହେଁ କାରଣ ଜୀବନର ଉତ୍ଥାନ ପତନରେ କେତେବେଳେ କଣ ଘଟିବ କାହାକୁ ଜଣାନଥାଏ । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ଇଂଜିନିୟରଙ୍କୁ ଟେକ୍ କମ୍ପାନୀରୁ ଛଟେଇର ଶିକାର ହେବାକୁ ପଡ଼ିଥିଲା । ଏଭଳି ସ୍ଥିତିରେ ସେ ନ ଭାଙ୍ଗିପଡ଼ି ସ୍ୱିଗି ଡେଲିଭେରି ପାର୍ଟନର ଭାବରେ ରୋଜଗାର ପନ୍ଥା ଆପଣାଇଲେ । କିନ୍ତୁ ଭାଗ୍ୟ ଏମିତିବି ସାଥ୍ ଦେବ ସେ କେବେ ଭାବିନଥିଲେ । ତାଙ୍କୁ ଏକ ନୂତନ କମ୍ପାନୀ ତରଫରୁ ଡାକରା ଆସିଲା । ଏହା ପରେ ସେ ତାଙ୍କ ଲିଙ୍କଡ୍‌-ଇନ୍ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ସ୍ୱିଗିକୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

इंजीनियर की नौकरी गई तो Swiggy का खाना डिलीवर किया, वापस मिली जॉब तो एक पोस्ट से दिल जीत लिया

ଏକ ଟେକ୍ କମ୍ପାନୀରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ ରିୟାଜୁଦ୍ଦିନ୍‌(Riyazuddin) । ସେ ଜଣେ ସଫ୍ଟୱେୟାର ଡେଭେଲପର ଭାବେ କାର୍ଯ୍ୟରତ ଥିଲେ । ସେ ତାଙ୍କ ଚାକିରିକୁ ନେଇ ବେଶ ଖୁସି ଥିଲେ । କିନ୍ତୁ ଦିନେ କମ୍ପାନୀ ତରଫୁର ଛଟେଇ ତାଲିକାରେ ରିୟାଜୁଦ୍ଦିନଙ୍କ ନାଁ ସାମିଲ ଥିବାରୁ ତାଙ୍କ ସ୍ୱପ୍ନ ଯେପରି ଚୁରମାର ହେବା ପରି ମନେ ହେଲା । ସେ ଦିଗହରା ଅନୁଭବ କଲେ । ଆର୍ଥିକ ସଂକଟର ସାମ୍ନା କରିବା ପାଇଁ ସେ ସ୍ୱିଗି ଡେଲିଭେରି ପାର୍ଟନର ଭାବେ କାର୍ଯ୍ୟ ଆରମ୍ଭ କଲେ । ଏଥିରୁ ତାଙ୍କୁ ଭଲ ହାତ ଖର୍ଚ୍ଚ ମିଳିଯାଉଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ସେହି କମ୍ପାନୀରେ ପୁନଃ ଜଏନ୍ କରିବା ପାଇଁ ଅଫର ଆସିଥିଲା । ଏହା ପରେ ସେ ତାଙ୍କ ଲିଙ୍କଡ୍ ଇନରେ ଲେଖିଛନ୍ତି, ‘ମାଏ ଫେୟାରୱେଲ ଟୁ ସ୍ୱିଗି ।’ ଚାକିରି ହରାଇବା ପରେ ମୋତେ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡ଼ିଥିଲା । ଏହା ପରେ ମୁଁ ସ୍ୱିଗି ଡେଲିଭେରି ପାର୍ଟନର ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଏହି ସମୟ ମୋ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜି ଥିଲା । ସ୍ୱିଗି ମୋତେ ଶିଖାଇଲା କି ଜୀବନରେ ଉତ୍ଥାନ ପତନ ଲାଗି ରହିଥାଏ । ଏଥିପାଇଁ ଆପଣଙ୍କୁ ଧୈର୍ଯ୍ୟ, ବିନମ୍ର ଏବଂ ସ୍ଥିର ରହିବାକୁ ପଡ଼ିଥାଏ । ପ୍ରତ୍ୟେକ ଡେଲିଭେରି ପରେ ମୁଁ ନିଜକୁ ଆହୁରି ମଜବୁତ ମନେ କରୁଥିଲି । ଆଜି ମୁଁ ଏକ ନୂତନ କମ୍ପାନୀରେ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ନେଇ ବେଶ ଉତ୍ସାହିତ । ସ୍ୱିଗି ମୋ କଠିନ ଯାତ୍ରାର ସାଥୀ ହୋଇଥିବାରୁ ଧନ୍ୟବାଦ । ମୁଁ କେବଳ ଡେଲିଭେରି ପାର୍ଟନର ଭାବେ ବିଦାୟ ନେଉଛି କିନ୍ତୁ ଜଣେ ଗ୍ରାହକ ଭାବେ ସବୁବେଳେ ଜଡ଼ିତ ରହିବି ।’

 

Get real time updates directly on you device, subscribe now.