fbpx

ସୁଟକେସରୁ ବାହାରୁଥିଲା ରକ୍ତ, ପୋଲିସ ଖୋଲିଲା ବେଳକୁ ବାହାରିଲା….

ନୂଆଦିଲ୍ଲୀ: ଚେନ୍ନାଇରେ ଚାଞ୍ଚଲ୍ୟ । ରାସ୍ତାକଡରେ ପଡିଥିବା ସୁଟକେସରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର । ପୋଲିସର ସୂଚନା ଅନୁସାରେ, ଜଣେ ବ୍ୟକ୍ତି ରାସ୍ତାରେ ପଡିଥିବା ସୁଟକେସରୁ ରକ୍ତ ବାହାରିବା ଦେଖିଥିଲେ । ଏହାପରେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖୋଲିଲା ବେଳକୁ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡ ଶରୀର ରହିଥିଲା । ତେବେ ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରହିଛି । ଚେନ୍ନାଇର କୁମାରନ କୁଡିଲର ଜଣେ ବ୍ୟକ୍ତି ଏନେଇ ଭୋର 5ଟା 30ରେ ପୋଲିସକୁ ଖବର ଦେବା ପରେ ପୁରା ଖବର ସାମ୍ନାକୁ ଆସିଛି ।

ଏହି ଘଟଣାରେ ପୋଲିସ ଅଟକ ରଖିଥିବା ଯୁବକଙ୍କ ନାମ ମଣି ବୋଲି ଜଣାପଡିଛି । ସୁଟକେସ ପଡିଥିବା ସ୍ଥାନର 100 ମିଟର ଦୂରରେ ହିଁ ସେ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୃତ ମହିଳା ଜଣକ ମାଧାବରମ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ନାମ ଦିପା । ତେବେ ଏହି ଘଟଣାରେ ପୋଲିସ ନିକଟସ୍ଥ ସ୍ଥାନରୁ ସିସିଟିଭି ଜବତ କରି ତଦନ୍ତ ଆରମ୍ଭ କରିଛି । ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି ।

Get real time updates directly on you device, subscribe now.