fbpx

ସାଉଥ୍ ସୁପରଷ୍ଟାର ଧନୁଷଙ୍କ ନିର୍ଦ୍ଦେଶିତ ‘ଇଡଲି କଡ଼ାଇ’ଫିଲ୍ମ ପୋଷ୍ଟର ରିଲିଜ୍

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଧନୁଷ । ଉଭୟ ସାଉଥ୍ ଏବଂ ବଲିଉଡରେ ନିଜ ନିକ୍ଷୁଣ ଅଭିନୟର ଜଲୱା ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରିପାରିଛନ୍ତି । ରାୟନ୍‌, ରାନଝଣା, କ୍ୟାପଟେନ୍ ମିଲର, ଶମିତାଭ, ଅତରଙ୍ଗି ରେ, ଭାଥି, ୱଡା ଚେନ୍ନାଇ ଇତ୍ୟାଦି ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ତାଙ୍କ ଆଗାମୀ ଫିଲ୍ମ ‘ଇଡଲି କଡ଼ାଇ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ପୋଷ୍ଟର ରିଲିଜ୍ ହୋଇସାରିଛି ଯାହାକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ାଇଛି ।

ଧନୁଷଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ପୋଷ୍ଟରରେ ଏକ ବସ୍ତି ବାହାରେ ଲାଗିଥିବା ଠେଲାକୁ ଦର୍ଶାଯାଇଛି । ଜଣେ ବ୍ୟକ୍ତି କିଛି କିଣିବା ପାଇଁ ଠେଲା ପାଖରେ ଛିଡ଼ା ହୋଇଛନ୍ତି । ‘ଇଡଲି କଡ଼ାଇ’ ହେଉଛି ଧନୁଷଙ୍କ ନିର୍ଦ୍ଦେଶିତ ୪ର୍ଥ ଫିଲ୍ମ । ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ବକ୍ସ ଅଫିସରେ କେତେ ରୋଜଗାର କରୁଛି । ଖୁବ୍ ଶୀଘ୍ର ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହେବା ସହ ଷ୍ଟାରକାଷ୍ଟଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବ ।

Get real time updates directly on you device, subscribe now.