fbpx

ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା; ଜାତୀୟ ମହିଳା କମିସନଙ୍କ ନିକଟରେ ରିପୋଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଜାତୀୟ ମହିଳା କମିସନଙ୍କ ନିକଟରେ ରିପୋଟ ଦାଖଲ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ଭରତପୁର ଥାନାରେ ଘଟିଥିବା ଘଟଣାର ସବିଶେଷ ତଥ୍ୟ ଦାଖଲ କଲା କ୍ରାଇମବ୍ରାଞ୍ଚ । ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ NCW । ପ୍ରମାଣ ସକ୍ଷ୍ୟ ଉପରେ ରିପୋର୍ଟରେ ଉଲ୍ଲେଖ ରହିଛି ।

ସେପଟେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ସିଆଇଡି । ଏପଟେ ସେଦିନ ରାତିରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ୭ ଯୁବକଙ୍କୁ ନେଇ ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି ଚନ୍ଦକା ପୁଲିସ । ଫେରାର୍ ଥିବା ଆହୁରି ୩ ରୁ ୪ ଜଣ ଯୁବକଙ୍କୁ ଖୋଜୁଛି ପୋଲିସ । କାଲି ଭାଇରାଲ ଭିଡିଓ ଆଧାରରେ ୭ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

Get real time updates directly on you device, subscribe now.