fbpx

ଚନ୍ଦ୍ରର ଦକ୍ଷିଣ ମେରୁରେ ଗଭୀର ଗର୍ତ୍ତ ପାଇଛି ପ୍ରଜ୍ଞାନ, ଏହା ହୁଏତ ସର୍ବ ପୁରାତନ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରାୟନ-୩ର ରୋଭର ପ୍ରଜ୍ଞାନ ଆଜି ବି ଚନ୍ଦ୍ରର ଦକ୍ଷିଣ ମେରୁରେ କାର୍ଯ୍ୟକ୍ଷମ ରହିଛି । ବିଭିନ୍ନ ସମୟରେ ଚନ୍ଦ୍ର ସମ୍ବନ୍ଧୀୟ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିବାରେ ଲାଗିଛି । ନିକଟରେ ପ୍ରଜ୍ଞାନ ତାର ଲାଣ୍ଡିଂ ଯାଗା ନିକଟରୁ ଏକ ଗଭୀର ଗର୍ତ୍ତର ସନ୍ଧାନ ପାଇଛି । ଅହମଦାବାଦର ଫିଜିକାଲ ରିସର୍ଚ୍ଚ ଲାବରେଟୋରୀ ବୈଜ୍ଞାନିକ ସାଇନ୍ସ ଡାଇରେକ୍ଟ ମାଗାଜିନରେ ଏନେଇ ସୂଚନା ଦେଇଛନ୍ତି ।

ରିପୋର୍ଟ ମୁତାବକ, ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଏଟକେନ ବେସିନରୁ ପ୍ରାୟ ୩୫୦ କିମି ଦୂରକୁ ଯିବା ପରେ ସେଠାରେ ଏକ ଗଭୀର ଗର୍ତ୍ତ ଖୋଜି ବାହାର କରିଛି । ଏହି ଗର୍ତ୍ତର ଚଉଡା ପ୍ରାୟ ୧୬୦ କିମି ହେବ । ଆହୁରି ରିପୋର୍ଟରେ କୁହାଯାଇଛି କି, ଚନ୍ଦ୍ରର ପ୍ରାରମ୍ଭିକ ଭୌଗୋଳିକ ବିକାଶକୁ ବୁଝିବା ଲାଗି ଧୂଳି ଓ ଚଟାଣର ସ୍ତରକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ । ଏହା ହୁଏତ ଏଟକେନ ବେସିନ ପୂର୍ବରୁ ସୃଷ୍ଟି ହୋଇଛି । ଏହା ଚନ୍ଦ୍ରପୃଷ୍ଠରେ ଥିବା ପୁରୁଣା ସଂରଞ୍ଚନା ମଧ୍ୟରୁ ଗୋଟିଏ ।

ଗର୍ତ୍ତ କାଳକ୍ରମେ ପୋତି ହୋଇଗଲାଣି । ରୋଭର ତାର ହାଇ ରିଜୋଲୁସନ କ୍ୟାମେରାରେ ନେଇଥିବା ଚିତ୍ର । ଏହି ଚିତ୍ରର ଅନୁଶୀଳନରୁ ଚନ୍ଦ୍ରପୃଷ୍ଠର ବହୁ ଗୁରୁତପୂର୍ଣ୍ଣ ତଥ୍ୟ ସମ୍ପର୍କରେ ସୂଚନା ମିଳିବ । ଦକ୍ଷିଣ ମେରୁର ଏଟକେନ ବେସିନ ଚନ୍ଦ୍ରପୃଷ୍ଠରେ ୧୪୦୦ ମିଟର ଧ୍ୱଂସସ୍ତୁପ ସୃଷ୍ଟି କରିଥିଲା । ସେସବୁ ମଧ୍ୟରୁ କିଛି ଛୋଟ ବେସିନ ତ କିଛି ବଡ ଗର୍ତ୍ତ ରହିଛି ।

Get real time updates directly on you device, subscribe now.