fbpx

୧୫ ବର୍ଷ ସାନ ପ୍ରେମିକ ସହ ଫେରାର ମହିଳା, ସାଙ୍ଗରେ ନେଇଗଲେ ପୁଅ ଏବଂ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଭଦୋହୀରେ ବିଜେପି ନେତାଙ୍କ ସ୍ତ୍ରୀ ଏବଂ ଦୁଇ ଶିଶୁଙ୍କ ମାଆ ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। ମହିଳା ନିଜେ ମଧ୍ୟ ବିଜେପିର ନେତ୍ରୀ ଏବଂ ସେ ଚେୟାରମ୍ୟାନ ନିର୍ବାଚନ ମଧ୍ୟ ଲଢିସାରିଛନ୍ତି। ଯେଉଁ ବ୍ୟକ୍ତିଙ୍କ ସେ ଫେରାର ହୋଇଛନ୍ତି, ସେହି ବ୍ୟକ୍ତି ଜଣକ ପୋଲିସରେ କନେଷ୍ଟବଳ ଅଛନ୍ତି। ମହିଳାଙ୍କ ଏହି ଆଶିକ ତାଙ୍କ ଘରେ ଭଡା ରହୁଥିଲା। ମହିଳା ଜଣଙ୍କୁ ୪୫ ବର୍ଷ ଏବଂ କନେଷ୍ଟ ବଳଙ୍କୁ ୩୦ ବର୍ଷ ଅଟେ। ଏହି ଘଟଣା ଘଟିବା ପରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି।

ବିଜେପି ନେତା ଅଭିଯୋଗ କରିଛନ୍ତି ଯେ, ଘରୁ ଅଢେଇ କୋଟି ଟଙ୍କାକୁ ନେଇ ପତ୍ନୀ ପୋଲିସ ସହ ପଳାୟନ କରିଛି। ସ୍ୱାମୀ ପୋଲିସ ଉପରେ ନିଜ ସ୍ତ୍ରୀଙ୍କୁ ଫସାଇବାର ଅଭିଯୋଗ ଲଗାଇଛନ୍ତି। ସ୍ୱାମୀ କହିଛନ୍ତି ଯେ, ମୋ ସ୍ତ୍ରୀ ୪୫ ବର୍ଷର ଏବଂ ସେହି କନେଷ୍ଟବଳ ୩୦ ବର୍ଷୀୟ ଅଟେ। କେବଳ ଟଙ୍କା ପାଇଁ ତାଙ୍କ ସ୍ତ୍ରୀ ସେହି ପୋଲିସ ସହ ପଳାୟନ କରିଛି। ସେ ତାଙ୍କର ହତ୍ୟା ମଧ୍ୟ କରିପାରେ। ଏଥିସହ ତାଙ୍କ ସ୍ତ୍ରୀ ୭ ବର୍ଷର ପୁଅକୁ ସାଙ୍ଗରେ ନେଇଯାଇଛନ୍ତି। ଏହି ଘଟଣା ଅଗଷ୍ଟ ୨୮ ତାରିଖର ଅଟେ।

Get real time updates directly on you device, subscribe now.