ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ୧୦ କିସ୍ତି ମାଧ୍ୟମରେ ୫ ହଜାର ଟଙ୍କା ଅର୍ଥାତ ସମୁଦାୟ ୫୦ ହଜାର ଟଙ୍କା ମିଳିବ। ତେବେ ଏହି ଯୋଜନାକୁ ସେପ୍ଟେମ୍ବର ୧୭ ତାରିଖ ଦିନ କାର୍ଯ୍ୟକାରୀ କରାଯାଇଥିଲେ ସୁଦ୍ଧା କେତେକଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନାହିଁ। ସେଥିପାଇଁ ସରକାର ଏନେଇ ବର୍ତ୍ତମାନ ତାରିଖ ଘୋଷଣା କରିଛନ୍ତି।
ସୂଚନାନୁଯାୟୀ, ଅକ୍ଟୋବର ୯ ତାରିଖରେ ମହିଳାଙ୍କ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଘୋଷଣା କରିଛନ୍ତି। ଦଶହରାରେ ଏହି ଟଙ୍କା ମିଳିବ। ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅନୁଯାୟୀ, ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ଦିଆଯିବ। ୭ ତାରିଖ ସୁଦ୍ଧା ପଞ୍ଜିକରଣ କରିଥିବା ମହିଳାଙ୍କ ଟଙ୍କା ମିଳିବ। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ମିଳିଥିଲା।