fbpx

IPL-2025 ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜିକୁ ମିଳିଲା ଏତିକି ଟଙ୍କା: Player Retention ପାଇଁ କେମିତି କରିବେ ଖର୍ଚ୍ଚ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ମେଗା ଅକ୍ସନ ପୂର୍ବରୁ ରିଟେନସନ ପଲିସି ଜାରି କରିଛି ବିସିସିଆଇ । ଏହି ନିୟମ ଜରିଆରେ ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଫ୍ରାଞ୍ଚଇଜି ମୋଟ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏହାସହିତ ରାଇଟ୍ ଟୁ ମ୍ୟାଚ୍ ପାଇଁ ମଧ୍ୟ ଅନୁମତି ଦେଇଛି ବୋର୍ଡ । ତେବେ ଦଳ ନିଜ ଇଚ୍ଛା ମୁତାବକ ଭାରତୀୟ କିମ୍ବା ବିଦେଶୀ ଖେଳାଳିଙ୍କୁ ରିଟେନ୍ କରିବ । ସେହିପରି ୨୦୨୧ ମସିହାରେ ହଟଇ ଦିଆ ଯାଇଥିବା ଅନକ୍ୟାପ୍ଡ ଖେଳାଳି ନିୟମକୁ ମଧ୍ୟ ଫେରାଇଛି ବିସିସିଆଇ ।

ଆସନ୍ତା ସିଜନ ପାଇଁ ରାଇଟ ଟୁ ମ୍ୟାଚ୍ ସହିତ ସର୍ବାଧିକ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ ସମସ୍ତ ଫ୍ରାଞ୍ଚାଇଜି । ତେବେ ଏହି ତାଲିକାରେ ୫ ଜଣ କ୍ୟାପ୍ଡ ପ୍ଲେୟର୍ସ ସହ ୨ ଜଣ ଅନକ୍ୟାପଡ ପ୍ଲେୟର୍ସଙ୍କୁ ରିଟେନ୍ କରିବାକୁ ବୋର୍ଡ ତରଫରୁ ଅନୁମତି ମିଳିବ ।

  • ପ୍ରଥମ ୩ ରିଟେନସନ୍: ୧୮ କୋଟି, ୧୪ କୋଟି ଏବଂ ୧୧ କୋଟି
  • ଶେଷ ୩ଟି ରିଟେନସନ୍: ୧୮ କୋଟି ଏବଂ ୧୪ କୋଟି

ଏଥିପାଇଁ ପ୍ରତ୍ୟେକ ଦଳକୁ ୧୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ପ୍ରତ୍ୟେକ ଫ୍ରାଞ୍ଚାଇଜିକୁ ନିଜର ପ୍ରଥମ ୫ ଖେଳାଳିଙ୍କ ରିଟେନ୍ ପାଇଁ ଏଥିରୁ ୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏହାସହିତ ଅନକ୍ୟାପ୍ଡ ଖେଳାଳିଙ୍କ ପାଇଁ ୪ କୋଟି ଟଙ୍କା ସ୍ଥିର କରାଯାଇଛି । ୬ ଖେଳାଳିଙ୍କ ପାଇଁ ୭୯ କୋଟି ଖର୍ଚ୍ଚ ହେବା ପରେ ମେଗା ଅକ୍ସନ ପାଇଁ ୪୧ କୋଟି ଟଙ୍କା ଲେଖାଏଁ ରଖିପାରିବେ ପ୍ରତ୍ୟେକ ଦଳ ।

ଆଗାମୀ ସିଜିନ ପାଇଁ ପ୍ରତ୍ୟେକ ଦଳ ପାଇଁ ପର୍ସ ଲିମିଟ ୧୨୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଆଇପିଏଲ-୨୦୨୪ ପର୍ଯ୍ୟନ୍ତ ଏହି ଲିମିଟ ୧୦୦ କୋଟି ଟଙ୍କା ରହିଥିଲା । କୋଲକାତା ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଭଳି ଅଧିକାଂଶ ଫ୍ରାଞ୍ଚାଇଜି ୬-୮ ରିଟେନ୍ ଖେଳାଳିଙ୍କ ପାଇଁ ଦାବି କରିଥିଲେ ।

ଏହାବ୍ୟତୀତ ଆଗୀ ସିଜନ ପାଇଁ ପ୍ରଥମ ଥର ମ୍ୟାଚ୍ ଫିସ୍ ନିୟମକୁ ସାମିଲ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଆଇପିଏଲ-୨୦୨୫ ପୂର୍ବରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଭାରତୀୟ କ୍ରିକେଟରଙ୍କୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ୭.୫ ଲକ୍ଷ ଟଙ୍କା ମ୍ୟାଚ୍ ଫିସ୍ ପ୍ରଦାନ କରାଯିବ । ଯେଉଁ ଖେଳାଳି ସମ୍ପୂର୍ଣ୍ଣ ସିଜନର ସମସ୍ତ ମ୍ୟାଚ୍ ଖେଳିବେ, ସେମାନଙ୍କୁ ଫ୍ରାଞ୍ଚାଇଜି ସହ ହୋଇଥିବା ଚୁକ୍ତି ବ୍ୟତୀତ ୧.୦୫ କୋଟି ଟଙ୍କା ଅଧିକ ଆୟ କରିବାର ସୁଯୋଗ ମିଳିପାରିବ । ପ୍ରତ୍ୟେକ ଫ୍ରାଞ୍ଚାଇଜି ସମ୍ପୂର୍ଣ୍ଣ ସିଜନରେ ମ୍ୟାଚ୍ ଫିସ୍ ଦେବା ପାଇଁ ୧୨.୬୦ କୋଟି ଟଙ୍କା ଅବାଣ୍ଟନ କରିବେ । ଏହା ଆଇପିଏଲ ଏବଂ ଭାରତୀୟ ଖେଳାଳିଙ୍କ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

Get real time updates directly on you device, subscribe now.