fbpx

ଅଫିସ୍ ବାଥରୁମରେ ଆସିଲା ହାର୍ଟ ଆଟାକ୍‌, ଚାଲିଗଲା IT କର୍ମଚାରୀଙ୍କ ଜୀବନ

ନାଗପୁର: ମହାରାଷ୍ଟ୍ରର ନାଗପୁର ସ୍ଥିତି HCL ଟେକ୍ନୋଲୋଜି ଆଫିସରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏହି ଅଫିସରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ବାଥରୁମରେ ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଛି । କହିରଖୁଛୁ ଏହା ପୂର୍ବରୁ ଅଫିସରେ ଟେନସନ୍ ଚାଲିଥିବା ଭଳି ଅନେକ ମାମଲା ସାମ୍ନାକୁ ଆସିଛି ।

ସୂଚନାରୁ ପ୍ରକାଶ ଶୁକ୍ରବାର ସନ୍ଧ୍ୟାରେ HCL ଟେକ୍ନୋଲୋଜି ଆଫିସର କର୍ମଚାରୀ ନୀତିନ ଏଡୱିନ୍ ମାଇକେଲ(୪୦)ଙ୍କୁ କମ୍ପାନୀ ବାଥରୁମରେ ସହକର୍ମୀମାନେ ଅଚେତ ଅବସ୍ଥାରେ ପାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନାଗପୁର ସ୍ଥିତ AIIMSକୁ ନିଆଯାଇଥିଲା କିନ୍ତୁ ଡାକ୍ତର ମାଇକେଲଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସୋନେଗାଓଁ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପ୍ରାରମ୍ଭିକ ରିପୋର୍ଟରୁ ପ୍ରକାଶ କି ହୃଦୟର ଗତି ଅଟକିଯିବା ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ମୃତ୍ୟୁର ପ୍ରକୃତ କାରଣ ପାଇଁ ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଛି ।

ଅନ୍ୟଏକ ମାମଲା ଲକ୍ଷ୍ନୌର HDFC ବ୍ୟାଙ୍କର ବିଭୁତି ଡିଭିଜନ୍ ଶାଖାରୁ ଆସିଛି । ଏହି ବ୍ୟାଙ୍କରେ ଡେପୁଟି ଭାଇସ୍ ଚେୟାରମ୍ୟାନ୍ ଭାବେ କାର୍ଯ୍ୟରତ ସଦଫ ଫତିମା ଅଫିସରେ ଅତ୍ୟାଧିକ କାର୍ଯ୍ୟ ଚାପ ଯୋଗୁଁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପ୍ରତକ୍ଷଦର୍ଶୀଙ୍କ କହିବାନୁଯାୟୀ ମହିଳା ଜଣଙ୍କ ତାଙ୍କ ଚୌକିରୁ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ସହକର୍ମୀଙ୍କ ସହଯୋଗରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.