fbpx

ନେପାଳରେ ସାଙ୍ଘାତିକ ହେଲାଣି ବନ୍ୟା-ଭୂସ୍ଖଳନ; ନେଲାଣି ୧୯୩ ମୁଣ୍ଡ

ନୂଆଦିଲ୍ଲୀ:  ଭୟଙ୍କର ହେଲାଣି ନେପାଳ ପରିସ୍ଥିତି। ତଳେ ପାଣି ଉପରେ ବି ପାଣି ଏପଟେ ବର୍ଷା-ବନ୍ୟା ତାଣ୍ଡବ ରଚୁଥିବା ବେଳେ ତା ସାଙ୍ଗରେ ଦାଉ ସାଜିଲାଣି ଭୂସ୍ଖଳନ । ନେପାଳର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୯୩କୁ ବୃଦ୍ଧି ପାଇଛି । ନେପାଳର ଇଂରାଜୀ ଖବରକାଗଜ କାଠମାଣ୍ଡୁ ପୋଷ୍ଟ କହିଛି ଯେ, ନେପାଳ ପୋଲିସ ରିପୋର୍ଟ କରିଛି ଯେ ୩୧ ଜଣ ଏବେ ବି ନିଖୋଜ ଅଛନ୍ତି ।

ସେହିଭଳି ଏହି ବନ୍ୟା ଓ ଭୂସ୍ଖଳନରେ ୯୬ ଜଣ ଆହତ ହୋଇଛନ୍ତି । ସୋମବାର ସକାଳ ସୁଦ୍ଧା ୩୭୦୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଭୟଙ୍କର ବର୍ଷା ଯୋଗୁଁ ଏହି କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ପୋଲ ଓ ଏପରିକି ଲୋକଙ୍କ କୋଠାବାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ନେପାଳକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ନିକଟସ୍ଥ ଜିଲ୍ଲା ପୋଲିସ କାର୍ଯ୍ୟାଳୟ କିମ୍ବା କେନ୍ଦ୍ରୀୟ ପୋଲିସ କାର୍ଯ୍ୟାଳୟସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.