fbpx

All The Best… ଦଳିତ ଛାତ୍ରଙ୍କୁ IIT ଆଡମିସନ୍ ପାଇଁ ମିଳିଲା ଅନୁମତି: ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୁହାଯାଏ ସଚ୍ଚୋଟ ବ୍ୟକ୍ତିର କଷ୍ଟ ଏବଂ ପରିଶ୍ରମ କେବେ ବୃଥା ଯାଏନି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛନ୍ତି ଦଳିତ ଛାତ୍ର ଅତୁଲ କୁମାର । ତାଙ୍କର ପାଠ ପଢିବାର ଇଚ୍ଛା ଏବଂ କିଛି କରି ଦେଖାଇବାର ଜିଦକୁ ସଲାମ କରିଛନ୍ତି ସୁପ୍ରିମ କୋର୍ଟ । ଶେଷରେ ଅତୁଲଙ୍କ ସବୁ ଦାବିକୁ ମାନି ନେବାକୁ ବାଧ୍ୟ ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହିତ ତାଙ୍କୁ ଆଡମିସନ୍ ଦେବା ପାଇଁ ଆଇଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟଧୀଶ ଡି.ୱାଇ ଚନ୍ଦ୍ରଚୂଡ଼ । ନିଜର ପ୍ରଚେଷ୍ଟା ବଳରେ ଆଜି ନିଜ ଅଧିକାରକୁ ହାସଲ କରି ଦେଖାଇଛନ୍ତି ଅତୁଲ କୁମାର ।

ଫିସ୍ ଜମା କରି ନ ପାରିବାରୁ ଆଇଆଇଟି ଧନବାଦରେ ନିଜ ସିଟ୍ ହରାଇଥିଲେ ଦଳିତ ଛାତ୍ର ଅତୁଲ କୁମାର । କିନ୍ତୁ ବର୍ତ୍ତମାନ ଏହି ମାମଲା ଉପରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଅତୁଲଙ୍କୁ ଆଇଆଇଟି ଧନବାଦରେ ଆଡମିସନ୍ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ବି-ଟେକ୍ ପ୍ରୋଗ୍ରାମରେ ଅତୁଲଙ୍କୁ ଆଡମିସନ୍ କରାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଜାରି କରିଛନ୍ତି ।

ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଯାଚିକାକର୍ତ୍ତାଙ୍କ ଭଳି ପ୍ରତିଭାଶାଳୀ ଛାତ୍ରଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ । ଆଡମିସନ୍ ପାଇଁ ଅତୁଲଙ୍କ ପ୍ରୟାସ ଏବଂ ଜିଦ୍ କୁ ଖୁବ ପ୍ରଶଂସା କରିଛନ୍ତି ଏହି ଖଣ୍ଡପୀଠ । ତଣୁ ବିଚାରପତି ଆଇଆଇଟି ଧନବାଦକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି । ଆଇଆଇଟି ଧନବାଦରେ ପ୍ରବେଶ କରିବା ପାଇଁ ଅତୁଲ କୁମାରଙ୍କ ୁଦ୍ୟମ ବର୍ତ୍ତମାନ ଉଦାହରଣ ହୋଇ ଠିଆ ହୋଇଛି ।

ସୂଚନା ଥାଉ କି, ଅତୁଲ ଆଇଆଇଟି ଧନବାଦରେ ଆଡମିସନ୍ ପାଇବା ପାଇଁ ଅନେକ ପରିଶ୍ରମ କରିଛନ୍ତି । ପ୍ରଥମେ ଝାଡ଼ଖଣ୍ଡ ଲିଗାଲ ସିର୍ଭସେସ ଅଥରିଟି ଯାଇଥିଲେ ଏବଂ ପରେ ହାଇକୋର୍ଟରେ ପହଞ୍ଚିଥିଲା ଅତୁଲଙ୍କ ଏହି ମାମଲା । । ତେବେ ଶେଷରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ନିୟମରୁ ଓହରିବାକୁ ବାଧ୍ୟ ହୋଇଛନ୍ତି । ଏହାସହିତ ଆଇଆଇଟି ଧନବାଦରେ ଅତୁଲଙ୍କୁ ଆଡମିସନ୍ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

Get real time updates directly on you device, subscribe now.