fbpx

ଶାରଦୀୟ ଦୁର୍ଗାପୂଜାରେ କରନ୍ତୁ ନାହିଁ ଏହି ଭୁଲ୍, ନଚେତ ରାଗିଯିବେ ମା’

ଶାରଦୀୟ ମାତୃ ଉପାସନାର ପବିତ୍ର ଅବସରରେ ନବଦିନାତ୍ମକ ପୂଜାର ବିଶେଷତ୍ୱ ସର୍ବାଧିକ । ଯେଉଁମାନେ ଏହି ନବରାତ୍ରି ବ୍ରତ ରଖିଥାନ୍ତି, ସେମାନେ କେତୋଟି ଦିଗ ପ୍ରତି ବିଶେଷ ଧ୍ୟନ ଦେବା ଉଚିତ । କ’ଣ ସବୁ କରିବା ବା ନକରିବା ଉଚିତ, ଏହା ଆଲୋଚନାଯୋଗ୍ୟ ।

ତେବେ ନବଦିନ ବ୍ୟାପି ଅଖଣ୍ଡ ଦୀପ ଜାଳୁଥିଲେ,ଅଖଣ୍ଡ ଦୀପ ଜଳିବା ସ୍ଥାନକୁ ଖାଲି କରି ଯିବା ଅନୁଚିତ ।

କୌଣସି କାରଣରୁ ନିଜେ ରହିପାରୁନଥିଲେ ଅନ୍ୟ କାହାକୁ ରଖି ଯାଇପାରିବେ । ସେହିପରି ପୂଜାପର୍ବରେ ସ୍ୱଚ୍ଛତା ରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ । ମା’ଙ୍କର ଘଟ ଯେଉଁ ଘରେ ସ୍ଥାପନ କରିଥିବେ ସେହି ଘରଟି ସମ୍ପୂର୍ଣ୍ଣ ନିର୍ମଳ ରଖିବା ଆବଶ୍ୟକ । ନିଜେ ପ୍ରତିଦିନ ସ୍ନାନ ପରେ ଧୂଆ ସଫା ବସ୍ତ୍ର ପିନ୍ଧି ପୂଜା କରିବା ଉଚିତ ।

ନବରାତ୍ରି ବ୍ରତ କରୁଥିବା ବ୍ୟକ୍ତି ଦିନରେ ଶୋଇବା ଅନୁଚିତ । ଦିନବେଳେ ଦେବୀ ମନ୍ତ୍ର ପାଠ ବା ଜପ କରିପାରିବେ । ଭଜନ,ଜଣାଣ ଶୁଣିପାରିବେ । ବ୍ରତଧାରୀ ଚମଡ଼ାଯୁକ୍ତ ଜିନିଷ ଏହି ନବରାତ୍ର ସମୟରେ ବ୍ୟବହାର କରନ୍ତୁ ନାହିଁ ।

ତାମସିକ ଖାଦ୍ୟ ମଧ୍ୟ ଖାଇବା ଅନୁଚିତ । ତାମସିକ ଖାଦ୍ୟ କହିଲେ କେବଳ ଆମିଷ ନୁହେଁ, ପିଆଜ ରସୁଣ ଯୁକ୍ତ ଖାଦ୍ୟ,ଛତୁ,ପୋଇ ଇତ୍ୟାଦି ତାମସିକ ଭୋଜନରେ ଯାଏ । ନବରାତ୍ରି ସମୟରେ ବ୍ରତଧାରୀ ନଖ,କେଶ,ଦାଢ଼ି ଇତ୍ୟାଦି କାଟିବାରୁ ବିରତ ରହିବା ଉଚିତ । ଦେବୀ ମାତାଙ୍କୁ ପୂଜା କରିବା ସମୟରେ ଅଧାରୁ ସେହି ସ୍ଥାନ ଛାଡ଼ିଯିବା ଅନୁଚିତ । ନିୟମ ମଧ୍ୟରେ ରହି ନିଷ୍ଠା ତଥା ଭକ୍ତିରେ ରହି କରୁଣାମୟୀ ମା’ଙ୍କୁ ପୂଜା କଲେ ମାତୃକୃପା ଅବଶ୍ୟ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.