fbpx

କଳିଯୁଗର ରାକ୍ଷାସ.. ମା’କୁ ହତ୍ୟା କଲା, ଖଣ୍ଡଖଣ୍ଡ କରି ସିଝେଇ ଲୁଣ ଲଗାଇ ଖାଇଦେଲା, କାରଣ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଭୟାନକ, ବର୍ବର, କଳିଯୁଗର ରାକ୍ଷାସ । ନୃଶଂସ ପୁଅର ନରକୀୟ କାଣ୍ଡ । ପ୍ରଥମେ ମାକୁ ହତ୍ୟା କଲା ପରେ ଅଙ୍ଗପ୍ରତ୍ୟଙ୍ଗକୁ ସିଝାଇ ଲୁଣ ଲଗାଇ ଖାଇଦେଲା । ଶୁଣିଲାବେଳେ ହେହରେ କମ୍ପିଯାଉଛି, ହେଲେ ରାକ୍ଷାସ ମାଆର ଦେହକୁ ସିଝାଇ ପ୍ଲେଟରେ ବାହାର କରି ଖାଇଦେଇଛି । ତେବେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ମା ମଦ ପାଇଁ ଟଙ୍କା ଦେବାକୁ ମନା କରିଦେବାରୁ ରାକ୍ଷାସ ରୂପି ପୁଅ ଏଭଳି କାଣ୍ଡ ଘଟାଇଛି ।

ସୂଚନା ଅନୁସାରେ ଏହି ଘଟଣା 2017 ମସିହାର । ମୁମ୍ବାଇ ଉଚ୍ଚନ୍ୟାୟାଳୟ ମାର ହତ୍ୟା କରି ଶରୀରକୁ ସିଝାଇ ଖାଇବା ଘଟଣାରେ କୋହ୍ଲାପୁଅର ଅଦାଲତ ମଧ୍ୟ ଦଣ୍ଡ ଶୁଣାଣି ଉପରେ ରାଜି ହୋଇଛି । ମୃତ୍ୟୁଦଣ୍ଡର ସଜ୍ଜା ଶୁଣାଇ ଦିଆଯାଇଛି । ଏହା ନରଭକ୍ଷଣ ମାମଲା ବୋଲି ହାଇକୋର୍ଟ କହିଛନ୍ତି । ନ୍ୟାୟମୂର୍ତ୍ତି ରେବତୀ ମୋହିତେ ଡେରେ ଏବଂ ନ୍ୟାୟମୂର୍ତ୍ତି ପୃଥିବୀରାଜ ଚୌହାନଙ୍କର ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ଦେଷୀ ସୁନିଲ କୋଚକୋବରୀକୁ ଫାସି ଦଣ୍ଡ ଶୁଣାଇଛନ୍ତି । ଦୋଷୀଙ୍କ ଠାରେ ଭବିଷ୍ୟତରେ ମଧଝ୍ୟ ସୁଧାର ଆସିବ ନାହିଁ ବୋଲି ସେମାନେ କହିଛନ୍ତି ।

ଏହି ମାମଲା ଦୁର୍ଲଭତମ ଶ୍ରେଣୀରେ ଆସୁଛି । ଦେଷୀ କେବଳ ମାକୁ ହତ୍ୟା କରି ନାହିଁ ବରଂ ମସ୍ତିଷ୍କ, ହାର୍ଟ, ଯକୃତ, ଚର୍ବି, ଅନ୍ତକୁ ବାହାର କରି ସିଝାଇ ଖାଇଦେଇଛି ବୋଲି ନ୍ୟାୟଳୟ କହିଛନ୍ତି । ଏହା ଏକ ନରଭକ୍ଷଣ ମାମଲା, ତେଣୁ ସେ ସର୍ବଦା ନରଭକ୍ଷକ ହୋଇ ହିଁ ରହିବ । ଆମେ ଆଜୀବନ ଜେଲ ପାଇଁ ଭାବୁଥିଲୁ କିନ୍ତୁ ଏହି ଲୋକ ଜେଲରେ ମଧ୍ୟ ଏଭଳି କାଣ୍ଡ କରିବାର ସମ୍ଭାବନା ରହିଛି । ତେଣୁ ତାକୁ ମୃତ୍ୟୁଦଣ୍ଡ ଦେବା ଜରୁରୀ ବୋଲି କହିଛନ୍ତି । ତେବେ ମଦ ପିଇବାକୁ ମାଆ ଟଙ୍କା ନଦେବା କାରଣରୁ ପୁଅ ଏଭଳି କାଣ୍ଡ ଭିଆଇଥିବା ସେ କହିଛନ୍ତି ।

 

Get real time updates directly on you device, subscribe now.