fbpx

ଦିଲଜିତ ଦୋସାଞ୍ଜଙ୍କ କନସର୍ଟକୁ ପ୍ରଥମ ଥର ପାଇଁ ଆସିଲେ ପିତା, ଇମୋସନାଲ ହୋଇ ଦିଲଜିତ କହିଲେ ଏପରି କଥା

ମୁମ୍ବାଇ: ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦେସାଞ୍ଜ । ତାଙ୍କର ଅନେକ ହିଟ୍ ଗୀତ ଦର୍ଶଙ୍କୁ ମତୁଆଲା କରିଛି । ନିଜ ବୃତ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଲାଇମଲାଇଟରେ ରହି ଆସିଛନ୍ତି । ନିକଟରେ ୟୁକେର ମାଞ୍ଚେଷ୍ଟର କନସର୍ଟକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏଥିରେ ପ୍ରଥମ ଥର ପାଇଁ ଦୁନିଆ ସାମ୍ନାରେ ସେ ତାଙ୍କ ପରିବାରର ଝଲକ ଦେଖାଇଥିଲେ । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମାଞ୍ଚେଷ୍ଟରରେ ଆୟୋଜିତ ହୋଇଥିବା ଦିଲଜତ ଦୋସାଞ୍ଜଙ୍କ କନସର୍ଟରେ ତାଙ୍କ ମାତା, ପିତା ଏବଂ ଭଉଣୀଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ସେ ନିଜ ପରିବାରକୁ ଦେଖି ଭାବୁକ ହୋଇଯାଇଥିଲେ । ମାଆ ଓ ଭଉଣୀଙ୍କୁ କୁଣ୍ଢେଇ ଖୁସି ଜାହିର କରିଥିଲେ । ଏହା ତାଙ୍କ ପାଇଁ ଏକ ଇମୋସନାଲ ମୁମେଣ୍ଟ ଥିଲା । ଏହି କନସର୍ଟରେ ଦିଲଜିତ ନିଜ ପିତା ବଲବୀର ସିଂହଙ୍କୁ ପରିଚୟ ଦେଇ କହିଥିଲେ, ‘ଆଜି ପ୍ରଥମ ଥର ପାଇଁ ମୋ ପିତା କନସର୍ଟ ଦେଖିବା ପାଇଁ ଆସିଛନ୍ତି । ହ୍ୱୀଲଚେୟାର ଯୋଗାଡ଼ କରି ସେ ଏଠାକୁ ଆସିଛନ୍ତି । କଳାକାର କୁଲଦୀପ ମାନକ ସାହବଙ୍କୁ ଶୁଣିବା ପାଇଁ ପିତା ବେଶ ପସନ୍ଦ କରୁଥିଲେ । ମୁଁ କେବେ କହିପାରିନି କିନ୍ତୁ ମୁଁ ଆପଣଙ୍କୁ ବହୁତ ଭଲପାଉଛି । ଧନ୍ୟବାଦ ଡ୍ୟାଡ୍ ।’ କହିରଖୁଛୁ ଦିଲଜିତ ସବୁବେଳେ ନିଜ ପରିବାରକୁ ଲାଇମଲାଇଟରୁ ଦୂରେଇ ରଖୁଥିଲେ । ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୋଜେସିଭ୍ ଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ କି ତାଙ୍କ ପରିବାରକୁ ସେ ନକାରାତ୍ମକତାରୁ ଦୂରେଇ ରଖିବାକୁ ଚାହୁଁଁଥିଲେ । ତାଙ୍କ ପରିବାରକୁ କୌଣସି ପ୍ରକାର ଅପମାନଜନକ ଟିପ୍ପଣୀର ସାମ୍ନା କରନ୍ତୁ ବୋଲି ସେ ଚାହୁଁନଥିଲେ ।

 

View this post on Instagram

 

A post shared by Diljit Dosanjh (@diljiitdosanjh_)

Get real time updates directly on you device, subscribe now.