fbpx

ଶାରଦୀୟ ନବରାତ୍ରିର କଳସ ସ୍ଥାପନା ମୁହୂର୍ତ୍ତ, ମାଆ ଶୈଳପୁତ୍ରୀଙ୍କୁ କିପରି ପୂଜା କରିବେ ଜାଣନ୍ତୁ

ଓଡ଼ିଶା ଭାସ୍କର: ଆଜିଠୁ ଶାରଦୀୟ ନବରାତ୍ରୀର ପର୍ବ ଆରମ୍ଭ ହେଉଛି। ଧରଣୀକୁ ମାଆଙ୍କର ଆଗମନ ହେଉଛି। ଦେବୀ ଦୁର୍ଗା ଜଗତ ଜନନୀ ଅଟନ୍ତି। ମାନ୍ୟତା ଅନୁଯାୟୀ, ନବରାତ୍ରୀରେ ମାଆଙ୍କ ପୂଜା କରିବାରେ କଷ୍ଟ, ରୋଗ, ଦୋଷ, ଦୁଃଖ, ଦାରିଦ୍ର‌୍ୟତାର ବିନାଶ ହୋଇଥାଏ। ୯ ଦିନ ପର୍ଯ୍ୟନ୍ତ ମାଆଙ୍କ ଭକ୍ତ ବ୍ରତ ରଖିଥାଆନ୍ତି। ତେବେ ଚଳିତ ବର୍ଷ ୨ଟି ଶୁଭ ମୁହୂର୍ତ୍ତ ଯୋଗ ରହିଛି। ଜାଣନ୍ତୁ ପ୍ରଥମ ଦିନର ଶୁଭ ମୁହୂର୍ତ୍ତ, ପୂଜା ବିଧି ଏବଂ ନିୟମ।

କଳସ ସ୍ଥାପନା ମୁହୂର୍ତ୍ତ– ସକାଳ ୬ଟା ୨୪ ରୁ ୮ଟା ୪୫ ମିନିଟ ପର୍ଯ୍ୟନ୍ତ ରହିଛି।
ଅଭିଜିତ ମୁହୂର୍ତ୍ତ- ୧୧ଟା ୫୨ ରୁ ଦ୍ୱିପ୍ରହର ୧୨ଟା ୩୯ ମିନିଟ ପର୍ଯ୍ୟନ୍ତ ଅଭିଜିତ ମୁହୂର୍ତ୍ତ।

ପୂଜା ବିଧି: ପ୍ରଥମେ କଳସ ସ୍ଥାପନା କରି ଗୁଆ କିମ୍ବା ପଇଡ଼ ବସାଇ ପୂଜା କରିବେ। ଧୂପ-ଦୀପ ଏବଂ ଦୁବ ଘାସ ଦେଇ ପୂଜା କରିବେ କଳସକୁ। ଏଥିସହ ମାଆଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ। ଶେଷରେ ମାଆଙ୍କ ନାମରେ ଆରତୀ କରି ମିଷ୍ଠାନ୍ନ କିମ୍ବା ଫଳ ଭୋଗ ଲଗାନ୍ତୁ।

ମାଆ ଶୈଳପୁତ୍ରୀ: ଏହି ୯ ଦିନରେ ମାତା ଦୁର୍ଗା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁସ୍ମଣ୍ଡା, ସ୍କନ୍ଦମାତା, କତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥାନ୍ତି । ତେବେ ଏହି ସବୁ ରୂପ ଗୁଡିକ କଣ ଜାଣନ୍ତୁ। ତେବେ ପ୍ରଥମ ଦିନରେ ମାଆ ପାର୍ବତୀଙ୍କୁ ଶୈଳପୁତ୍ରୀ କୁହାଯାଏ । କାରଣ ତାଙ୍କ ପିତା ପର୍ବତରାଜ ହିମାଳୟ ଅଟନ୍ତି । ସେ ଗୋଟିଏ ହାତରେ ତ୍ରୀଶୁଳ ଏବଂ ଅନ୍ୟ ହାତରେ ପଦ୍ମ ଫୁଲ ଧାରଣ କରିଥାନ୍ତି । ଚନ୍ଦ୍ରମା ତାଙ୍କ ମଥାର ଶୋଭା ବଢାଇଥାଏ । ଦେବୀ ସତୀ ଭାବରେ ନିଜକୁ ଆତ୍ମଦାହ କରିବା ପରେ, ସେ ରାଜା ହିମାଳୟର ଝିଅ ଭାବରେ ପାର୍ବତୀ ରୂପେ ଜନ୍ମ ହୋଇଥିଲେ। ଦେବୀ ଶୈଳପୁତ୍ରୀ ପର୍ବତର କନ୍ୟା ଭାବରେ ଜଣାଶୁଣା।

Get real time updates directly on you device, subscribe now.