fbpx

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ହିତାଧିକାରୀ ହୋଇପାରିବେ କି ଆପଣ, ଏପରି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ସରକାର ନାଗରିକଙ୍କ ପାଇଁ ଅନେକ ଗୁଡିଏ ଲାଭକାରୀ ଯୋଜନାମାନ ଚଳାଉଛନ୍ତି। ସରକାରଙ୍କ ଯୋଜନାର ଲାଭ ଦେଶର କୋଟି କୋଟି ଲୋକଙ୍କୁ ମିଳୁଛି। ସରକାରଙ୍କ ଅଧିକାଂଶ ଯୋଜନାମାନ ଦେଶର ଗରିବ ଲୋକଙ୍କ ପାଇଁ ଏବଂ ଆବଶ୍ୟକୀୟ ଲୋକଙ୍କ ପାଇଁ ହୋଇଥାଏ। ସରକାରଙ୍କ ଏପରି ଏକ ଯୋଜନା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା।
ଏହି ଯୋଜନାରେ ଆର୍ଥିକ ଦୁର୍ବଳ ଲୋକଙ୍କୁ ସରକାର ଲାଭବାନ କରିଥାଆନ୍ତି। ୧୭ ସେପ୍ଟେମ୍ବର ୨୦୨୩ରେ ଏହି ଯୋଜନାର ଆରମ୍ଭ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ଅନେକ ଲୋକେ ଯୋଡିହୋଇଛନ୍ତି। ଆପଣ ଏହିପରି ଭାବେ ଚେକ କରିପାରିବେ ନିଜର ଯୋଗ୍ୟତା।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଂସଗଠିତ କ୍ଷେତ୍ରରେ ମଜୁରିଆଙ୍କ ପାଇଁ ଅଣାଯାଇଛି। ଏହି ଯୋଜନା ଦ୍ୱାରା ମଜୁରିଆ ସାମିଲ ହେଉଛନ୍ତି। ତେବେ କିଛି ଦିନର ଆଡଭାନ୍ସ ଟ୍ରେନିଂ ଦିଆଯାଉଛି। ଏଥିରେ ସେମାନଙ୍କୁ ପ୍ରତିଦିନ ୫୦୦ ଟଙ୍କା ଷ୍ଟାଇପେଣ୍ଡ ଭାବେ ଦିଆଯାଇଥାଏ। ଏଥିସହ ଯେଉଁ ଲୋକେ ଯୋଜନା ସହ ଜଡିତ ଥାଆନ୍ତି ସେମାନଙ୍କୁ ୧୫୦୦୦ ଟଙ୍କା ଦିଆଯାଇଥାଏ ଏବଂ ସେମାନେ ନିଜ କାମ ପାଇଁ ଟୁଲକିଟ କିଣିପାରିବେ।

ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ଋଣ ଆଧାରରେ ତିନି ଲକ୍ଷ ଟଙ୍କା ଲୋନ ଦିଆଯାଇଥାଏ। ପ୍ରଥମେ ଏକ ଲକ୍ଷ ଟଙ୍କାର ଲୋନ ଦିଆଯାଇଥାଏ। ଏହାକୁ ପରିଶୋଧ କରିବା ପରେ ୨ ଲକ୍ଷର ଏକ୍ଟ୍ରା ଲୋନ ଦିଆଯାଇଥାଏ।

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ପାଇଁ କିଛି ଯୋଗ୍ୟତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଯେଉଁ ଆଧାରରେ ଅସଂଗଠିତ କ୍ଷେତ୍ରରେ ଏହି ମଜୁରିଆଙ୍କୁ ଲାଭ ପ୍ରଦାନ କରାଯାଇଥାଏ। ମାଳଗୁନ୍ଥାକାର, ବାରକ, ରାଜମିସ୍ତ୍ରୀ, ମୋଚୀ, ଲୁହାରେ କାମ କରୁଥିବା ଲୋକେ ଏହି ଯୋଜନାର ହିତାଧିକାରୀ ହୋଇପାରିବେ।

Get real time updates directly on you device, subscribe now.