fbpx

World Smile Day; ଟିକେ ହସିଦିଅ ପ୍ଲିଜ….ସୁସ୍ଥ ଜୀବନ ପାଇଁ ଜରୁରୀ ହସ, ମିଳିବ ଏହି ଫାଇଦା

ନୂଆଦିଲ୍ଲୀ: ଟିକିଏ ହସିଦିଅ ପ୍ଲିଜ । ମଦର ଟେରେସା କହିଥଲେ, ହସରୁ ଶାନ୍ତି ଆରମ୍ଭ ହୁଏ । ଯେତେ ରାଗିଲେ କିମ୍ବା ମୁଡଅଫ୍ ଥିଲେ ଯଦି କୌଣସି ହସୁଥିବା ବ୍ୟକ୍ତିକୁ ଦେଖାଯାଏ ତେବେ ମୁହଁରେ ହସ ଆପେ ଆପେ ଆସିଯାଏ । ହସ ସମ୍ପର୍କର ମୂଳଦୁଆ ବୋଲି କୁହାଯାଏ । ତେବେ ପ୍ରତିବର୍ଷ ଅକ୍ଟୋବର 4 ତାରିଖକୁ ବିଶ୍ବ ହସ ଦିବସ ଭାବେ ପାଳନ କରାଯାଏ ।

ବର୍ତ୍ତମାନର ବ୍ୟସ୍ତବହୁଳ, ଚାପଯୁକ୍ତ ଜୀବନଶୈଳୀରେ ହସପ ବେଶ୍ ମହତ୍ତ୍ବ ରହିଛି । ଟିକେ ହସିଦିଲେ ଏହା ଦ୍ବାରା ଶାନ୍ତି, ଦୁଃଖ, ଚାପ, ଅବସାଦ ଦୂର ହୋଇଯାଇଥାଏ । ନିଜେ ହସିବା ସହିତ ଅନ୍ୟକୁ ହସାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର 7 ତାରିଖକୁ ବିଶ୍ବ ହସ ଦିବସ ଭାବେ ପାଳନ କରାଯାଇଥାଏ । 1963 ମସିହାରେ ମାସାରୁସେଟ୍ସ କଳାକାର ହାର୍ଭେ ବଲ୍ ଏକ ସ୍ମାଇଲ ଗ୍ରାଫିକ୍ସ କରିଥିଲେ । ଏହାପରେ 1999 ମସିହାରେ ସେ ଘୋଷଣା କରିଥିଲେ ଯେ, ଅକ୍ଟୋବରର ପ୍ରଥମ ଶୁକ୍ରବାର ବିଶ୍ୱ ହସ ଦିବସ ଭାବରେ ପାଳନ କରାଯିବ । 2001ରେ ହାର୍ଭେଙ୍କ ମୃତ୍ୟୁ ପରେ ହାର୍ଭେ ବଲ୍ ୱାର୍ଲ୍ଡ ସ୍ମାଇଲ୍ ଫାଉଣ୍ଡେସନ୍ ତାଙ୍କ ନାମରେ ନାମିତ ହେଲା । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ୱ ହସ ଦିବସ ପାଳନ କରାଯାଏ  ।

ହସିଲେ ଶରୀର ଉପରେ କେଉଁ ପ୍ରଭାବ ପଡେ- ପ୍ରତିଦିନ ହସିବା ଦ୍ବାରା ମାନସିକ ଅବସାଦ ଦୂର ହୋଇଥାଏ । ଜଣେ ହସୁଥିବା ବ୍ୟକ୍ତିକୁ ଦେଖିଲେ ମନରେ ଶକରାତ୍ମକ ଭାବନା ଆସିଥାଏ । ଏହାସହ ହସିବା ଦ୍ବାରା ଏଣ୍ଡରୋଫିନ ନିର୍ଗତ ହୋଇଥାଏ, ଯାହା ଚିନ୍ତାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ହସ ପାଟିର ମାଂସପେଶୀକୁ ବ୍ୟାୟାମ କରେ । ଏହା ଚର୍ମକୁ ଶକ୍ତ ରଖିଥାଏ ଯାହା ଦ୍ବାରା ଚର୍ମରେ ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଅବସ୍ଥା ଆସିନଥାଏ ।

Get real time updates directly on you device, subscribe now.