fbpx

୨୦ ଲକ୍ଷ ଟଙ୍କାର ବାଣ ଜବତ, ୨ ଗିରଫ

ରାଉରକେଲା: ପାଖେଇ ଆସୁଛି ପାର୍ବଣ ଋତୁ । ଏହି ସମୟରେ ବାଣ ଫୁଟାଇବାକୁ ନେଇ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଏଥିମଧ୍ୟରେ ଏକ ବେଆଇନ୍ ବାଣ ଗୋଦାମରେ ପୋଲିସ ଅତର୍କିତ ଚଢ଼ାଉ କରିଥିବା ଘବର ସାମ୍ନାକୁ ଆସିଛି । ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ନିକଟ ଡେଲି ମାର୍କେଟରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ୨୦୦ ପ୍ରକାରର ବେଆଇନ୍ ବାଣ ଜବତ କରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.