fbpx

YouTube ସେୟାର କଲା ବଡ଼ ଅପଡେଟ! ଡିଲିଟ ହୋଇଥିବା ହଜାର ହଜାର ଚ୍ୟାନେଲ ଏବଂ ଭିଡିଓ ହେଲା ରିକୋଭର

ନୂଆଦିଲ୍ଲୀ: ୟୁଟ୍ୟୁବ ଏକ ବଡ଼ ଟେକ୍ନିକାଲ ଫଲ୍ଟର ସାମ୍ନା କରିଥିଲା, ଯେଉଁ କାରଣରୁ ହଜାର ହଜାର ଚ୍ୟାନେଲ ଏବଂ ଭିଡିଓ ଭୁଲ ବସତଃ ଡିଲିଟ ହୋଇଯାଇଥିଲା। ଏହି ଘଟଣା ୟୁଟ୍ୟୁବର ୟୁଜର୍ସଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ବର୍ତ୍ତମାନ କମ୍ପାନୀ ଏହି ଘଟଣାକୁ ନେଇ ଏକ ବଡ଼ ଅପଡେଟ ସେୟାର କରିଛି। ୟୁଟ୍ୟୁବ ବର୍ତ୍ତମାନ ଟ୍ୱିଟ କରି କହିଛି ଯେ, ଡିଲିଟ ହୋଇଥିବା ହଜାର ହଜାର ଚ୍ୟାନେଲ ଏବଂ ଭିଡିଓ ରିକୋଭର ହୋଇଛି। ଆସନ୍ତୁ ଏହି ବିଷୟରେ ଜାଣିବା..

ୟୁଟ୍ୟୁବ ଅନୁସାରେ, ଏହି ସମସ୍ୟା ଏକ ଟେକ୍ନିକ ଇସ୍ୟୁ କାରଣରୁ ହୋଇଥିଲା, ଯେଉଁ କାରଣରୁ ଅନେକ ଚ୍ୟାନେଲ ଏବଂ ଭିଡିଓକୁ “Spam and Deceptive Behavior” ପାଇଁ ଭୁଲ ଭାବେ ଫ୍ଲାଗ କରାଯାଇଥିଲା। ଏହା ସମ୍ଭବପର ଯେ, ୟୁଟ୍ୟୁବର ଆଲଗୋରିଦିମରେ ଭୁଲ ହୋଇଯାଇଛି, ଯେଉଁ କାରଣରୁ ବହୁ ସଂଖ୍ୟାରେ ଚୟାନେଲକୁ ଡିଲିଟ କରାଯାଇଥିଲା।

ଏହି ଟେକ୍ନିକ ଇସ୍ୟୁ ପାଇଁ ହଜାର ହଜାର ଚ୍ୟାନେଲକୁ ଡିଲିଟ କରାଯିବାରେ ଅନେକ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ବହୁ ପରିଶ୍ରମ ଖରାପ ହୋଇଯାଇଥିଲା। ଫୁଲ ଟାଇମ ୟୁଟ୍ୟୁବରେ କାମ କରୁଥିବା ଚ୍ୟାନେଲ ଡିଲିଟ କରିବାରେ ତାଙ୍କ ଆୟ ଉପରେ ବଡ଼ ପ୍ରଭାବ ପକାଇଛି। ଦର୍ଶକ ନିଜ ମନ ପସନ୍ଦ ଚ୍ୟାନେଲକୁ ଦେଖିପାରୁନଥିଲେ। ଏଥିରେ ୟୁଜର ଏକ୍ସପେରିଏନ୍ସ ଉପରେ ମଧ୍ୟ ଅନେକ ପ୍ରଭାବ ଦେଖିବାକୁ ମିଳିଛି। ଏହି ଘଟଣା ୟୁଟ୍ୟୁବର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି।

Get real time updates directly on you device, subscribe now.