fbpx

ଲିଭରକୁ Detox କରିଦେବ ୪ଟି ପ୍ରାକୃତିକ ଖାଦ୍ୟ: ଆପଣଙ୍କ ଶରୀରର କୋଣ ଅନୁକୋଣରୁ ବାହାରିଯିବ ସବୁ ମଇଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଭର ଆମ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲିଭରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ନିହାତି ଜରୁରୀ । ତେବେ ବିଭିନ୍ନ କାରଣରୁ ଆମର ଲିଭରରେ ଅନେକ ମଇଳା ସାମଗ୍ରୀ ଜମି ରହି ତାହା ପରବର୍ତ୍ତୀ ସମୟରେ ଅନେକ ରୋଗର କାରଣ ସାଜିଥାଏ । ତେବେ ଆପଣମାନେ ଯଦି ଲିଭରର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ୪ଟି ପ୍ରାକୃତିକ ଖାଦ୍ୟ ଦ୍ୱାରା ଆପଣଙ୍କର ଶରୀରର କୋଣ ଅନୁକୋଣରୁ ସମସ୍ତ ମଇଳା ବାହାରିଯିବ ।

ଏନେଇ ଜଣେ ଭାରତୀୟ ଯୋଗଗୁରୁ, ଲେଖକ, ଗବେଷକ ଓ ଟିଭି ପର୍ସନାଲିଟି କହିଛନ୍ତି, ଆମ ଶରୀରରେ ଜମା ହେଉଥିବା ବିଷାକ୍ତ ସାମଗ୍ରୀକୁ ବାହାର କରିବା ପାଇଁ ହେଲେ ଡିଟକ୍ସ ଜଳ ସେବନ କରନ୍ତୁ । କ୍ଷୀରା, ଲେମ୍ବୁ, ପୋଦିନାର ଡିଟକ୍ସ ୱାଟର ବଡିକୁ ସଫା କରିଦେବ । ଆମର ଡାଇଟ ବହୁତ ଖରାପ ହୋଯାଇଥିବା ବେଳେ ଡାଇଟରେ ପୋଷକ ଉପାଦାନ କମିଯାଉଛି । ତେଣୁ ଏପରି କିଛି ଖରାପ ଫୁଡର ମାତ୍ରା ଖାଦ୍ୟରେ ବଢ଼ିବା ଫଳରେ ଆମର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଛି । ଫଳରେ ଟକ୍ସିନ କାରଣରୁ ବଡିରେ ଦୁର୍ବଳତା, ଥକ୍କାପଣ, ଚର୍ମ ସମସ୍ୟା, ଲିଭର ସହ ଜଡ଼ିତ ସମସ୍ୟା ଦେଖାଯାଉଛି ।

ବଡିକୁ ଡିଟକ୍ସ କରିବା ପାଇଁ ଖାସ ଡିଟକ୍ସ ୱାଟରର ସେବନ କରନ୍ତୁ । ଡିଟକ୍ସ ୱାଟର ଏକ ଏପରି ପାଣି ଯାହା ବଡିରେ ଜମା ହୋଇଥିବା ଅସୁଦ୍ଧ ଜିନିଷକୁ ବାହାର କରିଦେବ । ଏହାକୁ ସେବନ କରିବା ଫଳରେ ପେଟ ଓ ଅନ୍ତରୁ ମଇଳା ବାହାରି ଯାଇଥାଏ । ଏହି ଡିଟକ୍ସ ୱାଟର ତିଆରି କରିବା ପାଇଁ ଆପଣ ଏକ ଲେମ୍ବୁକୁ ପତଳା ପତଳା ସ୍ଲାଇସ କରନ୍ତୁ । ଅଧା ଧୀର ମଧ୍ୟ ଛୋଟ ଛୋଟ କରି କାଟନ୍ତୁ । ସେଥିରେ ୧୦-୧୨ଟି ପୋଦିନା ପତ୍ର ପକାନ୍ତୁ । ଏବେ ଫ୍ରେଶ ପାଣିରେ କ୍ଷୀରା, ଲେମ୍ବୁ ଓ ପୋଦିନାକୁ ପକାଇ ରାତି ସାରା ରଖନ୍ତୁ । ସକାଳୁ ଉଠି ଖାଲି ପେଟରେ ଏହି ପାଣିକୁ ସେବନ୍ତ କରନ୍ତୁ । ଦେଖିବେ ୧୦-୧୫ ମିନିଟରେ ବଡି ସଫା ହୋଇଯିବ । ଏହି ପାଣି ପାୱରଫୁଲ କ୍ଲିଞ୍ଜର ହୋଇଥିବା ବେଳେ ତାହା ଓଭର ଅଲ ହେଲଥରେ ସୁଧାର ଆଣିବ । ସେହିପରି ମୋରିଙ୍ଗା ୱାଟର, ହଳଦୀ ଓ କାଳା ମିର୍ଚ୍ଚର ଡିଟକ୍ସ ୱାଟର, ବାର୍ଲେ ଟିର ସେବନ କଲେ ମଧ୍ୟ ବଡି ଡିଟକ୍ସ ହୋଇପାରିବ ।

Get real time updates directly on you device, subscribe now.