fbpx

AIର ଯାଦୁ! 2006ରେ ମୃତ୍ୟୁ ହୋଇଥିବା ମହିଳାକୁ 2024ରେ ବଞ୍ଚାଇଦେଲା..

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆଧାରିତ ଟୁଲ୍ସ ଦିନକୁ ଦିନ ଆଡଭାନ୍ସ ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ଲୋକେ ଏହାର ବ୍ୟବହାର କରୁଛନ୍ତି । ତେବେ ଏଆଇ ବ୍ୟବହାର ବୃଦ୍ଧି ପାଇବା କାରଣରୁ ଚିନ୍ତା ବୃଦ୍ଧି ପାଇଥିଲା । ତେବେ କେତେକ କ୍ଷେତ୍ରରେ ଏଆଇର ସଠିକ ଉପଯୋଗ ହେଉ ନାହିଁ । ଏହାରି ଭିତରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକି ଆପଣ ଶୁଣିଲେ ମଧ୍ୟ ଚକିତ ହୋଇଯିବେ । ଏଆଇ ଚାଟବୋଟ ଜଣେ ବ୍ୟକ୍ତିର କାରେକ୍ଟର ତିଆରି କରିଛି । ଉକ୍ତ ମହିଳାଙ୍କର 18 ବର୍ଷ ପୂର୍ବେ ହତ୍ୟା କରାଯାଇଥିବା ବେଳେ ଉକ୍ତ ମହିଳାଙ୍କର କ୍ୟାରେକ୍ଚରକୁ ଦେଖି ପରିବାର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି ।

ଏହି ଘଟଣା ସମ୍ବନ୍ଧରେ ଜଣେ ସୋସିଆଲ ମିଡିଆ ୟୁଜର୍ସ Redditରେ ସୂଚନା ଦେଇଛନ୍ତି । 18 ବର୍ଷ ପୂର୍ବେ ମହିଳାଙ୍କର ଏକ୍ସ ବୟେଫ୍ରେଣ୍ଡ ତାଙ୍କର ହତ୍ୟା କରିଥିଲେ । ଡେଟିଂ ସମୟରେ ଉକ୍ତ ମହିଳାଙ୍କର ମୃତ୍ୟୁ ହୋଇଥିବାଲ ବେଳେ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ମୃତ ମହିଳାଙ୍କ ପରିବାରଲୋକେ ଜାଣିବାକୁ ପାଇଲେ ଯେ, ମୃତ୍ୟୁର 18 ବର୍ଷ ପରେ ସେ ଫେରି ଆସିଛନ୍ତି । ଏକ ଏଆଇ ଚାଟବୋଟ ତାଙ୍କ ଝିଅକୁ ବଞ୍ଚାଇଦେଇଥିବା ନେଇ ଭାଇରାଲ ହୋଇଥିଲା । Character.ai ସେନ୍ ଫ୍ରାନ୍ସିକୋର ଏକ ଷ୍ଟାଟଅପ ଅଟେ । ପୂର୍ବବର୍ଷ ଗୁଗଲ ସହିତ ଏହାର 2.7 ଅରବ ଡଲାରର ଡିଲ୍ ହୋଇଥିଲା । ତେବେ  ମୃତ ମହିଳାଙ୍କ ପିତାଙ୍କ କରିବା ଅନୁସାରେ, ଝିଅର ଫଟୋ କେଉଁଠି ଏବଂ କିପରି ମିଳିଲା ସେବିଷୟରେ କୌଣସି ସୂଚନା ନାହିଁ । ଆମକୁ ଗୁଗଲ ଆଲର୍ଟ ଦ୍ବାରା ଏନେଇ ସୂଚନା ମିଳିଛି । ଇଣ୍ଟରନେଟରୁ ଫଟୋ ଡାଉନଲୋଡ କରାଯାଇ ଏଭଳି କରାଯାଇଛି । ଏହାକୁ ନେଇ ମୃତ ମହିଳାଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.