fbpx

BAS ପାଇଁ ୩୫୦୦ ପଦବୀ ଖାଲି: ଦ୍ୱାଦଶ ପାସ୍ ପିଲାଙ୍କୁ ବି ମିଳିବ ଚାକିରି, ଜାଣନ୍ତୁ ଆବେଦନର ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ସନ୍ଧାନରେ ରହିଥିବା ପିଲାମାନଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଦେଇଛନ୍ତି ସରକାର । ୩୫୦୦ଟି ପଦବୀରେ ନିଯୁକ୍ତି ଦିଆଯିବ । ଭାରତୀୟ ଏଭିଏସନ୍ ସର୍ଭିସେସ୍ ତରଫରୁ ଏୟାରପୋର୍ଟ ପାଇଁ ଗ୍ରାହକ ସେବା ଏଜେଣ୍ଟ ଏବଂ ଲୋଡର/ହାଉସକିପିଙ୍ଗ ଇତ୍ୟାଦି ପଦ ପାଇଁ ନିଯୁକ୍ତି ପ୍ରଦାନ କରିବ । ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆସନ୍ତା ଅକ୍ଟୋର ୩୧ ତାରିଖ ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀ ମାନେ ଆବେଦନ କରିପାରିବେ ।

ନୋଟିଫିକେସନ୍ ଅନୁସାରେ, ଏହି ନିଯୁକ୍ତି ଅଭିଯାନ ଜରିଆରେ ମୋଟ ୩୫୦୮ ଟି ପଦରେ ନିଯୁକ୍ତି ଦିଆଯିବ । ଏଥିରେ ଗ୍ରାହକ ସେବା ଏଜେଣ୍ଟ ଏବଂ ଲୋଡର ବା ହାଉସ କିପିଙ୍ଗ ଇତ୍ୟାଦି ପଦ ପଦବୀ ସାମିଲ ରହିଛି । ତେବେ ଦଶମ କିମ୍ବା +୨ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ । ତେବେ ଓବିସି ବର୍ଗର ପିଲାମାନଙ୍କୁ ୩ ବର୍ଷ ଏବଂ ଏସସି/ଏସଟି ପିଲାମାନଙ୍କୁ ୫ ବର୍ଷ ଛାଡ଼ କରାଯିବ । ଗ୍ରାହକ ସେବା ଏଜେଣ୍ଟ ପଦ ପାଇଁ ସମସ୍ତ ବର୍ଗର ପ୍ରାର୍ଥୀଙ୍କୁ ୩୮୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ସେହିପରି ଲୋଡର/ ହାଉସ କିପିଙ୍ଗ ଆବେଦନ ପାଇଁ ୩୪୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଲିକିତ ପରୀକ୍ଷା ଏବଂ ସାକ୍ଷାତକାର ଅନୁସାରେ ପ୍ରାର୍ଥୀଙ୍କ ଚୟନ କରାଯିବ । ଏୟାରପୋର୍ଟରେ କାର୍ଯ୍ୟ କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରେ । ବିଏଏସରେ ଆଦେନ କରିବା ପାଇଁ ଏହାର ଅଫିସିଆଲ ୱେବସାଇଟ କୁ ଯାଆନ୍ତୁ । ଏଠାରେ ଆବେଦନ ଲିଙ୍କ ଉପରେ କ୍ଲିକ କରନ୍ତୁ । ଏହାପରେ ‘ରେଜିଷ୍ଟ୍ରେସନ’ ଲିଙ୍କ ଉପରେ କ୍ଲିକ କରି ସମସ୍ତ ତଥ୍ୟ ପୂରଣ କରି ପଞ୍ଜିକରଣ ଶେଷ କରନ୍ତୁ । ଏହାପରେ ରେଜିଷ୍ଟ୍ରେସନ୍ ନମ୍ବର ଏବଂ ପାସୱାର୍ଡ ସାହାଯ୍ୟରେ ଅନ୍ୟାନ୍ୟ ତଥ୍ୟ ପୂରଣ କରନ୍ତୁ ଏବଂ ଫର୍ମ ପୂରଣ କରିବା ପରେ ନିର୍ଦ୍ଧାରିତ ଆବେନ ଶୁଳ୍କ ଜମାକରି ସବମିଟ୍ କରନ୍ତୁ ।

Get real time updates directly on you device, subscribe now.