fbpx

ଓଡ଼ିଆ ଝିଅଙ୍କୁ ଦିଲ୍ଲୀରେ Rape ! ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ସାରା ଦେଶରେ ଅପରାଧ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମହିଳା ବିରୋଧୀ ମାମଲା ବଡ଼ ଚିନ୍ତାର ବିଷୟ ପାଲଟିଛି । କୋଲକାତା ଡାକ୍ତରୀ ମହିଳାଙ୍କ ମାମଲା ସମାଧାନ ହୋଇନି । ବର୍ତ୍ତମାନ ଜଣେ ଓଡ଼ିଆ ଝିଅଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସରାଇକାଲେ ଖାନ୍ ଅଞ୍ଚଳରେ ଏଭଳି ଏକ ଘଟଣା ଘଟି ଯାଇଥିବା ସୂଚନା ମିଳିଛି । ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ପରିତ୍ୟକ୍ତ ଅଞ୍ଚଳରେ ଫିଙ୍ଗି ଦେଇଥିଲେ ଦୁଷ୍କର୍ମକାରୀ ଅଭିଯୁକ୍ତ । ତେବେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଦିଲ୍ଲୀର ଏମ୍ସ ମେଡିକାଲରେ ଭର୍ତ୍ତି କରାଇଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ତୀବ୍ର ନିନ୍ଦା କରାଯାଉଛି ।

Get real time updates directly on you device, subscribe now.