fbpx

ବିଳମ୍ବିତ ରାତିରେ ଖାଉଥିଲେ ସାବଧାନ! ଏହି କ୍ୟାନ୍ସରର ଆଶଙ୍କା ଅଧିକ

ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ସମସ୍ତେ ଚାହିଁଥାନ୍ତି । ଯଦି ସୁସ୍ଥ ଖାଦ୍ୟକୁ ସଠିକ ସମୟରେ ଖିଆ ନଯାଏ ,ତେବେ ଏହାର କୌଣସି ସ୍ବାସ୍ଥ୍ୟ ଉପକାରିତା ନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ସଠିକ ସମୟରେ ଖାଦ୍ୟ ଖାଇବା ଜରୁରୀ ଅଟେ । ତେବେ ଆପଣ ବି ବିଳମ୍ବିତ ରାତିରେ ଖାଦ୍ୟ ଖାଉଛନ୍ତି ତାହେଲେ ଏବେ ଠୁ ହୋଇଯାଆନ୍ତୁ ସାବଧାନ । ନଚେତ ହୋଇପାରେ ସାଂଘାତିକ ରୋଗ । ବିଶେଷଭାବେ କ୍ୟାନ୍ସର ଆଶଙ୍କା ବୃଦ୍ଧି ହେବାର ସମ୍ଭାବନା ରହିଛି । ବିଳମ୍ବିତ ରାତିରେ ଭୋଜନ କରିବା ଦ୍ବାରା ଶରୀରରେ କୋଷର ବୃଦ୍ଧି ଶୀଘ୍ର ହୋଇଥାଏ, ଯାହାକି କ୍ୟାନ୍ସର ଆଶଙ୍କାକୁ ବୃଦ୍ଧି କରିଥାଏ ।

ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ହେଲ୍ଥ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଖାଇବା ସମୟ ନିର୍ଣ୍ଣୟ କରିପାରିବ ଯେ କ୍ୟାନ୍ସର ହେବାର ଆଶଙ୍କା ରହିଛି କି ନାହିଁ । ଏହି ଅଧ୍ୟୟନରୁ ଜଣାପଡିଛି ଯେ ଯଦି ରାତି 9 ଟା ପରେ ରାତ୍ରୀ ଭୋଜନ କରିବା ଏବଂ ଶୋଇବା ମଧ୍ୟରେ ଦୁଇ ଘଣ୍ଟାର ବ୍ୟବଧାନ ନଥାଏ, ତେବେ ଏହିପରି ଲୋକଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଅନ୍ୟମାନଙ୍କ ତୁଳନାରେ 25 ପ୍ରତିଶତ ଅଧିକ । ଶୋଇବା ଏବଂ ଉଠିବା ସମୟ ଶରୀରର ବାୟୋଲୋଜିକାଲ ଓ୍ବାର୍କ ଦ୍ବାରା ନିର୍ଣ୍ଣୟ କରାଯାଇଥାଏ । ଏହାକୁ ସର୍କାଡିୟନ ରିମ୍ କୁହାଯାଏ ।

ତେବେ ରାତି 9ଟା ପରେ ଏହି ରିମ୍ କାମ କରିନଥାଏ । ଅର୍ଥାତ ରାତି 9 ଟା ପରେ ଖାଇବା ଦ୍ବାରା ଶୋଇବା ସମୟ ମଧ୍ୟରେ ମାତ୍ର କିଛି ଘଣ୍ଚାର ପାର୍ଥକ୍ୟ ରହିଥାଏ । ଯାହାକି କ୍ୟାନ୍ସର ଆଶଙ୍କା ବଢାଇଥାଏ । ଏହି ଅନୁସନ୍ଧାନରେ 600 ରୁ ଅଧିକ କର୍କଟ ରୋଗରେ ପୀଡିତ ପୁରୁଷ ଏବଂ 1200 ରୁ ଅଧିକ କର୍କଟ ରୋଗରେ ପୀଡିତ ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ । ତେବେ ଉକ୍ତ ବ୍ୟକ୍ତିମାନଙ୍କର ବିଳମ୍ବିତସ ରାତିରେ ଖାଇବାର ଅଭ୍ୟାସ ନଥିଲା କିନ୍ତୁ କ୍ୟାନ୍ସର ହୋଇଥିଲା । କିନ୍ତୁ ସେମାନଙ୍କର ଖାଇବା ଏବଂ ଶୋଇବା ମଧ୍ୟରେ ମାତ୍ର କମ୍ ସମୟର ବ୍ୟବଧାନ ରହିଥିଲା । ଖାଇବାର 2 ଘଣ୍ଟା ପରେ ସେମାନେ ଶୋଇବାକୁ ଯାଇଥିଲେ । ତେବେ ଏହିପରି ଲୋକଙ୍କଠାରେ ସ୍ତନ ଏବଂ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ଅଧିକ ରହିଥିଲା ।

Get real time updates directly on you device, subscribe now.