ସିଦ୍ଧିକିଙ୍କୁ ମାରିବାକୁ ହତ୍ୟାକାରୀ ଆଣିଥିଲେ ଲଙ୍କା ଗୁଣ୍ଡ ସହ ଗୋଲମରିଚ ଗୁଣ୍ଡ

ମୁମ୍ବାଇ: ବାବା ସିଦ୍ଦିକିଙ୍କ ୩ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିଛି । ଆଉ ଦୁଇ ଜଣ ଏବେ ଫେରାର ଅଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହତ୍ୟାକାରୀଙ୍କଠାରୁ ପାଇଥିବା ସୂଚନା ମୁତାବକ, ବହୁ ମାସରୁ ଏମାନେ ସିଦ୍ଦିକିଙ୍କ ଘର ଆଗରେ ରେକି କରୁଥିଲେ । ସିଦ୍ଦିକିଙ୍କ ଘର ଜଗୁଥିବା ସିକ୍ୟୁରିଟିକ ଟାଇମିଂ, କେଉଁ ସମୟରେ ବାହାରକୁ ଯାଉଛନ୍ତି, ସେସବୁର ତଥ୍ୟ ସଂଗ୍ରହ କରାଯାଇଥିଲା ।

ସିଦ୍ଦିକିଙ୍କ ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହା ପରେ ହତ୍ୟା ପାଇଁ ସମସ୍ତଙ୍କୁ ୫୦ ହଜାର ଲେଖା ଆଡଭାନ୍ସ ମିଳିଥିବା ବେଳେ ହତ୍ୟାର କିଛି ଦିନ ଆଗରୁ ସେମାନଙ୍କୁ ହତିଆର ଯୋଗାଇ ଦିଆଯାଇଥିଲା । ହତ୍ୟା ଦିନ ଅଭିଯୁକ୍ତମାନେ ସାଙ୍ଗରେ ଲଙ୍କା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ମଧ୍ୟ ଆଣିଥିବା ପୋଲିସକୁ କହିଛନ୍ତି । ସେମାନଙ୍କ କହିବା କଥା, ଶିବ ଗୁଳି ଚଳାଇବା ପରେ ସୁରକ୍ଷାରେ ଥିବା କନେଷ୍ଟବଳ ପାଲଟା ଆକ୍ରମଣ କରିବା ଆଗରୁ ସେମାନଙ୍କୁ ତା ଉପରେ ସସେବୁ ପକାଇଥିଲୋ

ତେବେ ଶିବ ସିଦ୍ଦିକିଙ୍କ ଉପରକୁ ଗୁଳି ଚଳାଇବା ପରେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲା, କିନ୍ତୁ ଗୁଲମେଲ, ଧର୍ମରାଜ ଧରାପଡିଥିଲେ । ସେମାନଙ୍କ ନିକଟରୁ ୨୮ ଜୀବନ୍ତ ଗୁଳି ଜବତ କରିଥିଲା ପୋଲିସ । ଅନ୍ୟପଟେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଂଗଠନ ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି କି ସେମାନେ ଲରେନ୍ସ ପାଇଁ କାମ କରୁଥିଲେ । ଗୁଜରାଟର ସାବରମତି ଜେଲରେ ବନ୍ଦି ବିଷ୍ଣୋଇ ସଲମାନଙ୍କ ଘର ଉପରେ ଗୁଳିମାଡରେ ସାମିଲି ଥିଲା ।

ସିଦ୍ଦିକି ସଲମାନଙ୍କ ଭଲ ସାଙ୍ଗ ଥିବାରୁ ଭାଇଜାନଙ୍କ ସୁରକ୍ଷାକୁ ପୋଲିସ ବଢାଇ ଦେଇଛି ।

Get real time updates directly on you device, subscribe now.