ସାଇବର ଠକେଇ ପାଇଁ ପ୍ରି ପ୍ଲାନ, ରାଜଧାନୀରୁ ଠାବ ହେଲା ନକଲି କଲ୍ ସେଣ୍ଟର

ଭୁବନେଶ୍ବର: ସାଇବର ଠକେଇ ପାଇଁ ପ୍ରି ପ୍ଲାନ । ରାଜଧାନୀ ଭୁବନେଶ୍ବରରୁ ଠାବ ହେଲା ନକଲି କଲ୍ ସେଣ୍ଟର । ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରୁ ଠାବ କଲା ପୋଲିସ । ସାଇବର ଠକେଇ ପାଇଁ ଏହା ଆପାର୍ଟମେଣ୍ଟରେ ପ୍ଲିପ୍ଲାନ ଚାଲିଥିବା ଜଣାପଡିଛି । ତେବେ ପୋଲିସର ଛାନଭିନ୍ ସମୟରେ ସିମ୍ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ୍ ମଧ୍ୟ ଠାବ କରାଯାଇଛି । ଏହି ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ସେ ଉକ୍ତ ଯୁବକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ଲୋକମାନଙ୍କୁ ଯେଉଁ ଫେକ୍ କଲ୍ ଯାଉଛି, ତାହା ଏଇଠୁ ହିଁ କରାଯାଉଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ପୂର୍ବରୁ ରାଜୁ ମଣ୍ଡଳକୁ ଧରାଯାଇଥିବା ବେଳେ ତା ସହିତ ଏହାର କନେକ୍ସନ ରହିଛି କି ନାହିଁ ସେଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ତେବେ ସବୁଠାରୁ ବଡ କଥା ହେଉଛି ସାଇବର ଅପରାଧୀମାନେ କାହିଁକି ଭୁବନେଶ୍ବରକୁ ବାଛୁଛନ୍ତି ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଇବର ସେଲ ସହାୟତାରେ ଚଢାଉ ଜାରି ରହିଛି । ତେବେ ଏହି ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚରା ଜାରି ରଖିଛି ପୋଲିସ୍ ।

Get real time updates directly on you device, subscribe now.